ମୋ ସହ ଆଉ କଣ ତୋର ଅଛି
ମୋ ସହ ଆଉ କଣ ତୋର ଅଛି
ସଂବାଳୁଆରୁ ପ୍ରଜାପତି ହେଲା ପରେ
ତୋ ଅତୀତ ଇତି ହୋଇଯାଇଛି
କଇଁଛ ଠେକୁଆ ଦୌଡ଼ ପ୍ରତିଯୋଗିତାରେ
ମୁଁ ନୀରବ ଦର୍ଶକ ସାଜିଛି
ଅଣ୍ଡା ଖୋଳରୁ ପଦାକୁ ଶାବକ ଆସିବାପରେ
ନିଜ ଠିକଣା ଭୁଲିଛି
ବାୟା ଚଢ଼େଇ ବସା ଦୋହଲାଇ ପବନ
ବାତ୍ୟା ରୂପ ନେଇସାରିଛି
ସମୁଦ୍ର ଢ଼େଉସବୁ ଫେରିଗଲା ପରେ
ବାଲୁକା ଶିଳ୍ପ କହାକୁ ଖୋଜୁଛି
ସବାରୀରେ ଝିଅ ଶାଶୁ ଘରକୁ ଗଲାପରେ
ଅନାମିକା ନବବଧୂ ସାଜିଛି
ଝିଅ ଥିଲି ହେଲି ବୋହୁ ଦୁଇକୁଳର ହିତା
କିଏ ପିଠିରେ ପଡୁଛି
ତୁ ଏଠୁ ଯିବା ପରେ ମଳୟ ବସନ୍ତ ଫଗୁଣ
ନିଆରା ନିଆରା ଲାଗୁଛି
ତୋ ସହର ତତେ ବଡ ମୋ ସହର ମତେ
ମୋ ସହ ତୋର ଆଉ କଣ ଅଛି?
ତଥାପି ଏ ମାୟା ମୋହ ଆକୁଳ ଓ ବ୍ୟାକୁଳତା
ହୃଦୟରେ ମୁଣ୍ଡ କୋଡି କଚାଡି ମାରୁଛି
ତୁ ମୁଁ ସେ ଓ ସେମାନେ ଜାଣନ୍ତି ଘଡ଼ିଏ ବଞ୍ଚିବା ନିଶା
ମତେ ଓ ତତେ ଡୋରି ଲଗାଇଛି ।