STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ମୋ ସହ ଆଉ କଣ ତୋର ଅଛି

ମୋ ସହ ଆଉ କଣ ତୋର ଅଛି

1 min
160


ସଂବାଳୁଆରୁ ପ୍ରଜାପତି ହେଲା ପରେ

ତୋ ଅତୀତ ଇତି ହୋଇଯାଇଛି

କଇଁଛ ଠେକୁଆ ଦୌଡ଼ ପ୍ରତିଯୋଗିତାରେ

ମୁଁ ନୀରବ ଦର୍ଶକ ସାଜିଛି

ଅଣ୍ଡା ଖୋଳରୁ ପଦାକୁ ଶାବକ ଆସିବାପରେ

ନିଜ ଠିକଣା ଭୁଲିଛି

ବାୟା ଚଢ଼େଇ ବସା ଦୋହଲାଇ ପବନ

ବାତ୍ୟା ରୂପ ନେଇସାରିଛି

ସମୁଦ୍ର ଢ଼େଉସବୁ ଫେରିଗଲା ପରେ

ବାଲୁକା ଶିଳ୍ପ କହାକୁ ଖୋଜୁଛି 

ସବାରୀରେ ଝିଅ ଶାଶୁ ଘରକୁ ଗଲାପରେ

ଅନାମିକା ନବବଧୂ ସାଜିଛି

ଝିଅ ଥିଲି ହେଲି ବୋହୁ ଦୁଇକୁଳର ହିତା

କିଏ ପିଠିରେ ପଡୁଛି

ତୁ ଏଠୁ ଯିବା ପରେ ମଳୟ ବସନ୍ତ ଫଗୁଣ

ନିଆରା ନିଆରା ଲାଗୁଛି

ତୋ ସହର ତତେ ବଡ ମୋ ସହର ମତେ 

ମୋ ସହ ତୋର ଆଉ କଣ ଅଛି?

ତଥାପି ଏ ମାୟା ମୋହ ଆକୁଳ ଓ ବ୍ୟାକୁଳତା

ହୃଦୟରେ ମୁଣ୍ଡ କୋଡି କଚାଡି ମାରୁଛି

ତୁ ମୁଁ ସେ ଓ ସେମାନେ ଜାଣନ୍ତି ଘଡ଼ିଏ ବଞ୍ଚିବା ନିଶା

ମତେ ଓ ତତେ ଡୋରି ଲଗାଇଛି ।


Rate this content
Log in

Similar oriya poem from Abstract