STORYMIRROR

DHARITRI SAHU

Inspirational Children

3  

DHARITRI SAHU

Inspirational Children

ମୋ ସାଙ୍ଗ"

ମୋ ସାଙ୍ଗ"

1 min
235


ଶଦ୍ଦ ତ ଗୋଟିଏ ପ୍ରକାର ବିଭିନ୍ନ

ସମସ୍ତଙ୍କୁ ଜଣା କିଛି ,

ପ୍ରକାର ଗଢନ୍ତି ଆମେ ନିଜ ଗୁଣେ

ସ୍ବାର୍ଥରେ ସଭିଏଁ ମଜ୍ଜି।

ହାଲୋ ହାଏ ଆଜି ଦୂରତା ବଢାଏ

ପାର୍ଟି ସାର୍ଟି ଖାଲି ରୁହେ ,

ଆତ୍ମୀୟତା କାହିଁ ଲୁପ୍ତ ଯେ ହୋଇଲା

ମନୋ ମାଳିନ୍ୟ ଯେ ହୁଏ।

ସାଙ୍ଗ ପାଶେ ଥାଏ ଅଭିମାନ କିଛି

ଆନନ୍ଦ ମିଶ୍ରିତ ଅଶୃ ,

ଦେଖା ହୋଇଗଲେ ଗଡ଼ି ଧୋଇ ଯାଏ

ମନରୁ ମଇଳା ସବୁ।

ସବୁ ଦିନେ ଭାବେ ମୋ ସାଙ୍ଗ ସାଥିରେ

ନିଶ୍ଚେ କେବେ ଦେଖାହେବ,

ଠିକଣା ନ ଥିଲା ଫୋନ୍ ବି ନ ଥିଲା

କେମିତି ହେବ ସଂଯୋଗ ।

ଆନ୍ତରିକ ଭାବେ ଇଛା ଟେ କରିଲେ

ଦିନେ ନା ଦିନେ ମିଳଇ ,

ତେୟାଳିଶି ବର୍ଷ ଅପେକ୍ଷା ର ଅନ୍ତ

କରିଲେ ଜଗତ ସାଇଁ।

ଦେବାକି ପାଇବା ସମ୍ପର୍କ ସେ ନୁହେଁ

 ଦେଖାରେ ଆନନ୍ଦ ଭର୍ତ୍ତି ,

 କଥା ପଦକରେ ଅମୃତ ମିଳଇ

 ସତେକି ମିଳିଲା ଶଶି।

 ନାରଣ, ବିନୋଦ, ନଖିଆ, ପାର୍ବତୀ

 ସଭି ସାଙ୍ଗେ କଥା ହେଲି ,

 ଷାଠିଏ ଟପିଛି ସଭିଙ୍କୁ ଅଭି ଯେ

 ଲାଗିଲା ଷୋହଳ ପରି।

 ସ୍କୁଲ ସରିଲା ସବୁ ହଜିଗଲୁ

 ଯେ ଯାହାର କର୍ମ ପଥେ,

 ବୁଲି ବାଲି କରି ପୁଣି ଦେଖାହେଲୁ

 ପିଲା ହୋଇଗଲୁ ସତେ।

 ଗୋଟେ ସାଙ୍ଗ ମୋର ଛାଡି ଚାଲିଗଲା

 ଅକାଳରେ ଏକା କରି ,

 ତା କଥା ବହୁତ ମନେ ଯେ ପଡ଼ିଲା

 କିଏ ହେବ ବୁଲୁ ପରି ।

 ଯେଉଁ ଫଟୋ ମୋର ପ୍ରୋଫାଇଲ୍ ଅଛି

 ସଭିଏଁ କୁହନ୍ତି ଭଲ ,

 ବନ୍ଧୁ ମିଳନ ର ଖୁସି ସାଥେ ଥିଲା

 ପ୍ରକୃତ ନୁହେଁ ସୁନ୍ଦର ।

 ପିଲାଦିନ ସାଙ୍ଗ ସତରେ ଅମୂଲ୍ୟ

 କୋଟି ରତ୍ନ ନୁହେଁ ସରି ,

 ଅନାବିଳ ସ୍ନେହ ଝରିଯାଏ ଯହିଁ

 ସ୍ବାର୍ଥ ପଶିବ କିପରି।

 ଅବିସ୍ମରଣୀୟ ସେ ଦିନଟି ରହିଲା

 ଯିବ ଏ ଶରୀର ସାଥେ ,

 ଆର ଜନ୍ମକୁ ବି ଏମିତିକା ସାଙ୍ଗ

 ମିଳୁଥାଉ ସଦା ମୋତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational