STORYMIRROR

Sachidananda Kar

Abstract

2  

Sachidananda Kar

Abstract

ମୋ ସାଇକେଲ

ମୋ ସାଇକେଲ

1 min
307

ମୋ ସାଇକେଲ ଇଏରେ

ଦେଖିବ ଆସ କିଏରେ

ଆଜି କିଣା ହୋଇ ଅଇଲା

ଚାଲି ଚାଲି କରି ପାଠଶାଳା ଯିବା

ଏଇଠୁ ମୋହର ସଇଲା


ଦିଶୁଛି ଏ ଭାରି ବଢିଆ

ବାପା କହୁଛନ୍ତି ଚଢିଆ'

ମନ ହୁଏ ମୋର ଚଢିବି

ଗୋଟି ଗୋଟି କରି ପେଡେଲ ମାରି ମୁଁ

ଆଗକୁ ଆଗକୁ ବଢିବି


ଏଇ ମୋ ନାଲିଆ ଗାଡିରେ

ସାଇଁ ସାଇଁ ଯିବ ମାଡିରେ

ଟିଣି ଟିଣି ଘଣ୍ଟି ବଜେଇ

ଗାଆଁ ଚାରିପାଶେ ସକାଳରୁ ସଞ୍ଜ

ବୁଲିବି ମୁଁ ମନ ମଜେଇ


ଇଏ ତ ମୋ ହୀରା ରତନ

ରଖିବି ମୁଁ କରି ଯତନ

କାଦୁଅକୁ କେବେ ନେବିନି

ଆହା କି ସୁନ୍ଦର ଦେହରେ ଏହାର

ଧୂଳି ବି ଲଗାଇ ଦେବିନି


ଇଏ ଯଦି ଭଲ ଥିବରେ

ଯୁଆଡେ ଚାହିଁବି ଯିବରେ

ଖୁସି ଥିବି ଏହା ପାଇଁକି

ଜୀବନରେ କେବେ ବଡ ହେବି ହେଲେ

ଭୁଲିବି ଏହାକୁ କାହିଁକି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract