STORYMIRROR

Chinmaya Kumar Nayak

Inspirational

3  

Chinmaya Kumar Nayak

Inspirational

ମୋ ସ୍ୱପ୍ନର ଭାରତ

ମୋ ସ୍ୱପ୍ନର ଭାରତ

1 min
193

ସ୍ୱପ୍ନ ଦେଖିଛି ମୋ ଭାରତ ଦିନେ

ବିଶ୍ୱଗୁରୁ ହୋଇ ଉଭା ହେବ,

ଗଗନ ପବନ ପ୍ରକମ୍ପିତ ହେବ

ଭାରତର ଜୟ ଗାନ ହେବ। 


ଅନ୍ନ ମୁଠେ ପାଇଁ କେହି କାହା ଆଗେ

ହାତ ପାତି ଛିଡ଼ା ହେବନାହିଁ,

ଶସ୍ୟ ଶ୍ୟାମଳା ଧରା ହସୁଥିବ

ଦାରିଦ୍ର୍ୟ ଚିହ୍ନ ରହିବ ନାହିଁ। 


ଜ୍ଞାନର ଆଲୋକେ ଝଲସି ଉଠିବ

ପ୍ରତି ଘର ଗ୍ରାମ ନଗ୍ରାକାଶ

ବିଜ୍ଞାନର ନବ ପ୍ରକୃତି ହିତୈଷୀ

କୌଶଳ ହେବ ପରକାଶ। 


ଯୋଗ ପ୍ରାଣାୟାମ ସାତ୍ଵିକ ଭୋଜନେ

ସର୍ବେ ନିଜେ ନିଜେ ହେବେ ସୁସ୍ଥ

ଅଖାଦ୍ୟ ଭୋଜନେ ବଇଦ ପାଖରେ

କରିବେନି ନିଜ ମଥାନତ। 


ନାରୀ ପ୍ରାପ୍ତ ହେବ ନିଜ ବଞ୍ଚିବାର

ଗର୍ଭରୁ ଉଚିତ ଅଧିକାର,

ପୁରୁଷ ହୋଇବ ସଂଯମୀ ବିବେକୀ

କରିବନି ତାରେ ଅତ୍ୟାଚାର। 


ନିଜ ଅଧିକାର ଉପଯୋଗ କରି

କରିବନି ରାଜା ଅତ୍ୟାଚାର,

ପ୍ରଜାଏ ରହିବେ ମହା ଆନନ୍ଦରେ

କରି ସେ ରାଜାର ଜୟକାର। 


ଜାତି ଧର୍ମ ବର୍ଣ୍ଣ ବେଷମ୍ୟ ହଟିବ

ରହିବନି ତିଳେ ଭେଦଭାବ,

ସ୍ବଧର୍ମ ଆଚରି ସର୍ବେ ମିତ୍ରପରି

ରଖି ହୃଦଭରା ପ୍ରେମଭାବ। 


ନିଜ ମହିମାରେ ହୋଇ ବିମଣ୍ଡିତ

କରିବ ଶତ୍ରୁକୁ ସମ୍ମୋହିତ,

ଶତ୍ରୁ ଦେଶ ଯେତେ ମିତ୍ର ଭାବେ ଆସି

ଆମ୍ଭ ସହ ମିଳାଇବେ ହସ୍ତ। 


ପ୍ରତିକୂଳ ଯେଉଁ ପରିସ୍ଥିତି ଆସୁ

ଆମ୍ଭ ଆଗେ ହେଉ ପରାଜିତ,

ବିଶ୍ୱ ଆଗେ ହେବ ଉଧାରଣଟିଏ

ପ୍ରେରଣାର ହେଉ ମହାସ୍ରୋତ। 


ଘରେ ଘରେ ହେଉ ବ୍ୟାସ ଓ ବଶିଷ୍ଟ

ପରି ମନିଷୀଙ୍କ ନବ ଜନ୍ମ,

ପୂତଭୂମି ଏଇ ଭାରତ ଭୁଇଁରେ

ଫୁଟୁ ଦେବତ୍ୱର ସଜ ପଦ୍ମ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational