ମୋ' ରାଜହଂସୀ
ମୋ' ରାଜହଂସୀ
ପଦୁଅଁ ଫୁଲ ପରି ତୋର କଳେବର,
ଧଳା କଇଁ ଠାରୁ ଶୋଭଇ ତୋ ପୟର l(ଘୋଷା )
ଉର୍ବଶୀ ପରି ତୁ ଦିଶୁଛୁ କି ସୁନ୍ଦର ,
ପଦୁଅଁ...l (0)
ଚାଲି ତୋର ଢଳ ଢଳ ସତେ ରାଜହଂସୀ,
ହସିଦେଲେ ହୀରା ମୁକୁତା ଯାଏ ଖସି l
ଦେଖିନଥିଲି ତୋ ପରିକା ମୁଁ ରୂପସୀ ,
ପଦୁଅଁ... (1)
ଓଠ ତୋର ଗୋଲାପି କଢ଼ କି ସୁନ୍ଦର,
ମଲ୍ଲୀ ପରି ଝଟକୁଥାଏ ଦନ୍ତ ତୋର l
ବାଣୀ ତୋର କୋକିଳ ଠାରୁ କି ମଧୁର ,
ପଦୁଅଁ...... (2)
ନୟନ ଦିଶେ ନୀଳକାଶ ଠାରୁ ବଳି,
ରୂପ ତୋର ଦାମିନୀ ପରି ଯାଏ ଝଳି l
ଗୋରୀ କେବେ ହେବୁ ତୁ ମୋର ଗଳାମାଳୀ
ପଦୁଅଁ .......|(3)