ଶଶ୍ଵର ବି ହେଲେ ଖୁସି
ଶଶ୍ଵର ବି ହେଲେ ଖୁସି


ତୁଳସୀ ଚଉରା ମୂଳେ ପାଣି ଦେଉ ଦେଉ
କହିଲେ ଶଶ୍ୱର ମୋର ।
ବୋହୂ ପାଟି ଟା କାହିଁକି ଅରୁଚା ଲାଗୁଛି
ରାନ୍ଧନ୍ତକି ରାଇ ବେସର ।।
ଶାଶୁ ଯେ ତୁମର ଗଲା ପରଠାରୁ
ରାଇ ବାଜି ନାହିଁ ପାଟିରେ ।
ରାଇ ର ବାସ୍ନା ମନେ ପଡି ଆଜି
ଲାଳ ଗଡ଼ିଲାଣି ଲୋଭରେ।।
ମୁଣ୍ଡିଆଟେ ମାରି ଚଉରା ମୂଳେ
କହିଲି ରାନ୍ଧି ଦେବି ନିଶ୍ଚେ ବାପା ।
ଦାୟିତ୍ଵ ଯେବେ ନେଇଛି ଘରର
କରିବିନି ଯମା ଖପ୍ପା ।।
ସର୍ବଗୁଣ ପୂର୍ଣା ବୋହୂ ଯେ ମୋହର
ଶଶ୍ୱର କହିଲେ ମୋ ଖୁସି ହୋଇ ।
କହିଦେଲି ସିନା ରାନ୍ଧି ଦେବି ବୋଲି
ହେଲେ ବସି ଭାବୁଥିଲି ମୁହିଁ ।।
ଅଡ୍ର ଦେଇ ଥାନ୍ତି କହିଥିଲେ ସିନା
ପିଜା ବର୍ଗର ମୋତେ ।
ଜୋମାଟୋ ବୟଠୁ ଆଣି ଧରେଇ ଦିଅନ୍ତି
ମୋ ଶଶ୍ୱର ଙ୍କ ହାତେ ।।
ଚିଲ୍ଲି ପନିର, ଚିକେନ୍ ଯାହା କହିଥାନ୍ତେ
ରାନ୍ଧି ଦେଇଥାନ୍ତି ଖୁସିରେ ।
ରାନ୍ଧି ଦିଅନ୍ତି ମୁଁ ବିରିୟାନି ପୁଣି
କହିଦେଲେ ବାପା ଥରେ ।।
କଣ ହୋଇଛିକି ଭାବ ପୂର୍ଣ୍ଣ ଏତେ
ଆହେ ମୋର ପ୍ରିୟତମା ।
ସମ୍ଭାଳି ନେବି ମ
ୁଁ ସ୍ବାମୀ ମୋ କହିଲେ
ଚିନ୍ତା କର ନାହିଁ ଜମା ।।
ଆଣି ଦିଅ ମୋତେ ରାଇ କି ବେସର
କେଉଁ ହୋଟେଲ ରୁ ଯାଇ ।
ବାପାଙ୍କର ମନ ରାଇ ଖାଇବାକୁ
ହେଲେ ମୋତେ ଜଣା ନାହିଁ ।।
ଭାତ ଡାଲି ସଙ୍ଗେ ଆଚାର ଲଗେଇ
ଦେଉଥିଲି ମୁହିଁ ଖାଇ ।
ଗରଜୁ ଥିଲି ମୁଁ ମୋ ବୋଉ ଉପରେ
ରନ୍ଧୁଥିଲା ଯେବେ ରାଇ ।।
ସ୍ବାମୀ ମୋ କହିଲେ ପଢିଛ ସିନା ଏତେ ପାଠ ହେଲେ
ମୁଣ୍ଡେ ତୁମ ବୁଦ୍ଧି ନାହିଁ ।
ହାତେ ଧରି ଅଛ ଆଣ୍ଡ୍ରିଇଡ଼ ଫୋନ ହେଲେ କହୁଛ
ମୋତେ କିଛି ଜଣା ନାହିଁ ।।
ୟୁଟୁବ ମାରି ଖୋଜି ଦିଅ ତୁମେ
ରାଇ ବେସରର ରେଶିପି ।
ରାନ୍ଧି ପରସି ଦିଅ ଶଶ୍ୱର ଙ୍କୁ ତୁମ
ଶଶ୍ୱର ହୋଇବେ ଖୁସି ।।
ୟୁଟୁବ ମାରି ସେଦିନ ସକାଳେ
ମୁଁ ଦେଲି ରାଇ ରାନ୍ଧି ।
ଶଶ୍ୱର କହିଲେ ଲକ୍ଷ୍ମୀ ଙ୍କ ରାନ୍ଧଣା
ସ୍ବାମୀ କହିଲେ ମୁଣ୍ଡେ ନାହିଁ ଜମା ବୁଦ୍ଧି ।।
ଶଶ୍ୱର ଙ୍କ ଠାରୁ ପ୍ରଶଂସା ଶୁଣି
ମୁଁ ଦେଲି ଟିକେ ହସି ।
ମୋ ହାତରୁ ରାଇ ଖାଇକି ସେଦିନ
ଶଶ୍ୱର ବି ହେଲେ ଖୁସି ।।
ଶଶ୍ୱର ବି ହେଲେ ଖୁସି ।।।