STORYMIRROR

SARADA NAYAK

Comedy Romance Fantasy

3  

SARADA NAYAK

Comedy Romance Fantasy

ଟଏଲେଟ୍ଏକ ପ୍ରେମ କବିତା

ଟଏଲେଟ୍ଏକ ପ୍ରେମ କବିତା

1 min
232

କରିବି ବୋଲିଲୋ ଗେଲ ତତେ ଟିକେ

ଗଲି ତୋ କଲେଜ ପାଚେରୀ ଡେଇଁ

ପାଚେରୀ ଟା ଯାକ କଣ୍ଟା ସାଲୁବାଲୁ

କହି ତୁ ନଥିଲୁ ଆଗରୁ କାହିଁ !


କଲେଜ୍ ଯାକ ମୁଁ ଖୋଜି ଖୋଜି ତତେ

ପାଇଲିନି ଜମା କୋଉ ଜାଗାରେ

ସାହିତ୍ୟ ଦିଦି ଟା ଦେଖି ଦବ ବୋଲି

ନୁଚିଲି ଯାଇ ମୁଁ ଲାଟିନି ଘରେ।


କହଲୋ କେମିତି କହିବି ତତେ ମୁଁ

ଭଲ ତୁ ପାଉଛୁ ଆଜି ଯେମିତି

ଦିନେ ସେ ଦିଦି ବି ମୋ'ଠି ଫସିଥିଲା

ଛାଡ଼ି ଗଲା ମୋ ପକେଟ୍ ଦେଖିକି।


ସମୟ ଗଡ଼ିଲା ଘଣ୍ଟି ବି ବାଜିଲା

ପୁରା କଲେଜ୍ ଟା ବନ୍ଦ ହେଲା

ପିଅନ ଟା ଆସି ଲାଟିନି କବାଟେ

ଏଡ଼େ ତାଲା ଟିଏ ଝୁଲେଇ ଦେଲା।


ହାଏ କେଡ଼େ କଲ ବଲ ମୁଁ ବି ପାଗଲ

ରହିଲି ରାତିଟା ସେଇ ଅନ୍ଧାରେ

ଖଇନି ଟିକେରେ ଡିନର ହୋଇଲା

ମଶା ଙ୍କ ଗୀତରେ ମୁଁ ତାଳି ମାରେ।


ସକାଳ ଘଣ୍ଟି ରେ ନିଦଟା ଭାଙ୍ଗିଲା

ସାରିଦେଲି ଯେତେ ନିତ୍ୟ କରମ

ଅଙ୍କ ଦିଦି ଆସି କବାଟ ଖୋଲିଲେ

ଗୁଡ଼ ମର୍ଣ୍ଣିଂ କହି କଲି ପ୍ରଣାମ।

ଦେଖି ଚମକିଲେ ସେଇ ମାଡାମ

ହେଲେ ମୁଁ ତାଙ୍କୁ ଦେଖିବା ଦିନରୁ

ସୂରୁ କଲି ମୋର ନୂଆ ପେରେମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy