ହୋମ୍ କ୍ବାରେଣ୍ଟାଇନ୍
ହୋମ୍ କ୍ବାରେଣ୍ଟାଇନ୍
କ୍ବାରେଣ୍ଟାଇନ୍ ରେ ସ୍ବାମୀ ସ୍ତିରି ଦୁହେଁ
ପଡିଲେ ଚିନ୍ତାରେ ଆସି
କେମିତି ଶୋଇବେ ଗୋଟାଏ ଖଟରେ
ଭାବୁଥାନ୍ତି ଦୁହେଁ ବସି ।
ସ୍ବାମୀ ସ୍ତିରି ଙ୍କର ଏ 'ହାଲତ ଦେଖି
ଖଟିଆଟା ଦେଲା ହସି
ରାତି ଅନ୍ଧାରରେ ସ୍ବାମୀ ସ୍ତିରି ପାଶେ
ପୀରତିକୁ ଦେଲା ପେଷି ।
ସ୍ବାମୀ ସ୍ତିରି ଦୁହେଁ ଗାଲକୁ ଆଉଁସି
ହେଲେ ବସି ଠେସା ଠେସି
କୋଳାକୋଳି ହୋଇ ଲୋଟି ଗଲେ ଦୁହେଁ
ପିଇ ପିଇ ପ୍ରେମ ଲସି ।
ତା ଆଗକୁ ବନ୍ଧୁ ଆଉ ଯାହା ହେଲା
ସେ ଅଙ୍କଟା ଦିଅ କଷି
କ୍ବାରେଣ୍ଟାଇନ୍ ର ଏ ଖେଳ ପାଇଁକି
ଖଟିଆଟା ହେଲା ଦୋଷୀ ।
ମୁଣ୍ତକୁ ଖାଇଲା ଗୋଧି
ସରକାରଙ୍କର ସବୁ ନିୟମକୁ
ଦେଲା ଆଜି ପ୍ରେମ ଭାଙ୍ଗି
କ୍ଷମା ହେ ନବିନ ମୋଦି ।
