STORYMIRROR

Mr.GAGAN BIHARI NAYAK

Comedy Fantasy Inspirational

3  

Mr.GAGAN BIHARI NAYAK

Comedy Fantasy Inspirational

ବିବାହ

ବିବାହ

1 min
249


ବାହା ହେଇଥିଲି ବଡ ଘର ଦେଖି ।

ଲମ୍ବାଳିଆ ତାର କେଶ ।

କଳା କେଶେ ତାର ତମ୍ବାଳିଆ ରଂଗେ ।

ସଜେଇ ବିଦେଶ ବେଶ,

ହେ ସଙ୍ଗାତ 

ତୁମକୁ କହିବି କିସ ।0।


ସକାଳୁ ଉଠି ମୁଁ ଚା' କପେ ଦେଲେ,

ହସେ ସେ ଟିକେ ଲାଜେଇ ।

ପାଖରେ ଟିକିଏ ଲାଗିକି ବସିଲେ,

ମୋଠାରୁ ଯାଏ ଦୂରେଇ ।

ଭିତରେ ଭିତରେ ମନ ହାଇଁ ପାଇଁ, 

ଦେଖିକି ବିତେ ବୟସ,

ହେ ସଙ୍ଗାତ

ଜୀବନଟା ହେଲା ନାଶ ।୧।


ପିନ୍ଧେନି ସେ ଶାଢୀ ରାଙ୍ଗଲର ଜିନ,

ତା ସାଥେ ଲି' ଗଞ୍ଜୀ

ଆଖିରେ ରେ'ବନ ଚଷମା ଲଗାଏ,

ଆଖି ଯାଏ ଲାଖି ଦେଖି,

ହେ ! ସଙ୍ଗାତ

ହେଲେ ସେ'ମାଡେନା ପାଶ।୨।


ଆଧୂନିକର ସେ ଚରମ ସୀମାରେ,

ବିଦେଶିନୀ ଭଳି ଦିଶେ,

ଦେଶୀ ଆଳୁ ଭଳି ମୁଁ ଚାକର ତାର,

ତା'ପଛରେ ଧାଇଁ ଥାଏ,

ହେ! ସଙ୍ଗାତ

ତୋତେ ସତ ମୋତେ ମିଛ।୩।


ପୋଡା ମୋ'କପାଳ ବାହା ହେଲି ସିନା,

ବାଡୁଅ ରହିବା ଭଲ,

ସବୁ ଥାଇ ମୋର ହାତ ପାହାନ୍ତାରେ,

ହୁଏ ଖାଲି କଲ ବଲ,

ହେ! ସଙ୍ଗାତ

ରଚେ ଚନ୍ଦ୍ରସେଣା ରାସ ।।୪।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy