STORYMIRROR

Priyabrata Mohanty

Comedy

3  

Priyabrata Mohanty

Comedy

ହାଟ

ହାଟ

1 min
478

ବଢ଼ି ଯାଇଛି ଆବଶ୍ୟକତା

        ସମ୍ବଳ ହେଉଛି ଛୋଟ,

ପେଟର ନାଟ ଭୋକର ଛାଟ

        ଅନ୍ଧାର କରୁଛି ବାଟ ।।


ଅଭାବ ଆଜି ଦେଇଛି ଯୋଡ଼ି

        ପୁର ପଲ୍ଲୀ ଗାଁ ସହର,

ଅଦଳ ବଦଳ ଯାଇଛି ଯୁଗ

        ଆସିଛି ହାଟ ବଜାର ।।


ନେଲା ଵାଲା ବି ଦେଲା ଵାଲା ବି

        ହୋଇଛନ୍ତି ଏକଜୁଟ,

କିଣା ବିକାରେ ଗଲେଣି ଲାଗି

        ଆରମ୍ଭ ହୋଇଛି ହାଟ ।।


ବିକିବା ଵାଲା ଖୁଲି ଦୁକାନ

        ଡାକ ପକାଏ ଚିଲେଇ,

ଭଳିକି ଭଳି ଜିନିଷ ଧରି

        ଗ୍ରାହକ ମନ ଜିଣଇ ।।


ଚା ଜଳଖିଆ ମାଛ ମାଉସ

        ପରିବା ଅଛି ତଟକା,

ମିଳିଯାଏ ଏଠି ତେଜରାତି

        ରକମାରୀ ଲୁଗାପଟା ।।


ଧନୀ ଗରିବ ହୁଏ ସମାନ

        ଲାଭ ପାଇଁ ଏଯେ ଖେଳ,

ମିଠା କଥାରେ ଠକେ ବେପାରୀ

        ଦେଖାଇ ଲୋଭର ଆଳ ।।


ଚାଂଛିବା ପାଇଁ ବସିଛି ରହି

        ହୁସିଆର ଥିବୁ ଭାଇ,

ହାତରୁ ଥରେ ପଇସା ଗଲେ

        ଫେରିବାର ବାଟ ନାହିଁ ।।


ଦେଶୀ ବିଦେଶୀ ମିଳଇ ଏଠି

        ମାତାଲିଙ୍କର ବି ଭିଡ଼,

ନାଲି ପାଣି ପି ଘରକୁ ଚାଲେ

        ମାନେ ନାହିଁ ହିଡ ବାଡ଼ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy