STORYMIRROR

KRUTIBAS NAYAK

Comedy Inspirational

3  

KRUTIBAS NAYAK

Comedy Inspirational

ସବୁ ଏଠି ଚଳିବ

ସବୁ ଏଠି ଚଳିବ

1 min
240

#ସିଧାକଥା-୧୧୭


ଆମ ଦେଶଲୋକ କହନ୍ତି-ଅଧିକ ଯାହାହେଉ ସବୁ ଚଳିବ,

ରାସ୍ତା ଭାଙ୍ଗିଯାଉ ପୋଲ ଫାଟିଥାଉ ଯାଇ ହେଉଥିଲେ ଚଳିବ |


ମାଷ୍ଟର କହନ୍ତି ପିଲା ନ ପଢନ୍ତୁ ଟିଉସନ ଗଲେ ଚଳିବ,

ଦରମା ମିଳୁଛି ଭତ୍ତା ତ ମିଳୁଛି ଅଫିସ ନଗଲେ ଚଳିବ |


ପେଟେଖାଇ ପୁଣି ମାଗଣା ମିଳିଲେ ଆଉ ଖାଇଦେଲେ ଚଳିବ,

ଗାଡ଼ିଟା ପଛକେ ଷ୍ଟାର୍ଟ ନହେଉ ଗ୍ୟାରେଜରେ ଥିଲେ ଚଳିବ |


ବିଦ୍ୟାଳୟ ଘର ଥାଉ ବା ଥାଉ ପିଲାନାମ ଥିଲେ ଚଳିବ,

ଟଙ୍କାରେ ଚାଉଳ କେଜିଏ ମିଳୁଛି କାମକୁ ନଗଲେ ଚଳିବ |


ଭିଡ଼ରେ ସମସ୍ତେ ଅଟକି ଥାଆନ୍ତୁ ମୁଁ ଚାଲିଗଲେ ଚଳିବ,

ଆଉ କେ ସୁବିଧା ପାଉ ବା ନପାଉ ମୋତେ ମିଳିଗଲେ ଚଳିବ |


ନିଶାରେ ଜୀବନ ଗଲେ ଯାଉପଛେ ଶସ୍ତାରେ ମିଳିଲେ ଚଳିବ,

ଚିକିତ୍ସା କେନ୍ଦ୍ରଟି ସରସ ସୁନ୍ଦର ଡାକ୍ତର ନଥିଲେ ଚଳିବ |



Rate this content
Log in

Similar oriya poem from Comedy