STORYMIRROR

KRUTIBAS NAYAK

Comedy Inspirational

3  

KRUTIBAS NAYAK

Comedy Inspirational

ସିଧାକଥା-118 : ଗରିବ ପ୍ରତିଯୋଗିତା : -ଡକ୍ଟର କୃତ୍ତିବାସ ନାୟକ :

ସିଧାକଥା-118 : ଗରିବ ପ୍ରତିଯୋଗିତା : -ଡକ୍ଟର କୃତ୍ତିବାସ ନାୟକ :

1 min
158


ଆମ ରାଇଜରେ ଗରିବ ହେବାକୁ ଚାଲିଛି ପ୍ରତିଯୋଗିତା,

ଯେତେ ଧନଥାଉ ମନଟା ଗରିବ ସ୍ୱାଭିମାନ ଲାଗେ ପିତା |


ଦରିଦ୍ର ତାଲିକା ଭିତରେ କେମିତି ନିଜ ନାମ ରହିଯାଉ,

ବାପାର ନାମରେ ଜମିବାଡ଼ି ସବୁ ପତ୍ନୀନାମେ ଘର ଥାଉ |


ବେପାର ବଣିଜ କଲେ କେ ଆମର ରଖୁଛି ହିସାବ କେତେ ?

ବସ୍ତିରେ ଖଣ୍ଡିଏ କୁଡ଼ିଆ କରିଛି ଗରିବ କହିବ ମୋତେ |


ମାଗଣା ସୁବିଧା ଶସ୍ତାରେ ଚାଉଳ ଦୟା ଅନୁଗ୍ରହ ପାଇଁ,

ମହତ ପଛକେ ଯାଉ, ମିଳୁଥାଉ ଲାଇନରେ ଠିଆହେଇ |


କେବେ ସିନା ଲୋକେ ଛତରଖିଆକୁ ଦେଉଥିଲେ ମୁଠେ ଭିକ,

ଏବେ ତ ଦରିଦ୍ର କାର୍ଡ଼ ଖଣ୍ଡିକ ଯୋଗାଇ ଦେଉଛି ସୁଖ |


ଧନରେ ଗରିବ ବୁଦ୍ଧିରେ ଗରିବ ଜ୍ଞାନରେ ଗରିବ ହେବୁ,

ମୋ ପରି ଗରିବ ଗଣିହେବ ନାହିଁ ସବୁଆଡ଼େ ମାଗୁଥିବୁ |



Rate this content
Log in

Similar oriya poem from Comedy