ମୋ' ପୁଅ'
ମୋ' ପୁଅ'
ତୁ' ଆସିଲୁ , ଲାଗିଲା ଯେମିତି ଆକାଶରୁ ମେଞ୍ଚା ମେଞ୍ଚା
ଫୁଲ ବର୍ଷିଗଲା,
ବର୍ଷି ପୁଣି ବାସ ଛୁଟିଗଲା,
ମୋ' ଅଗଣା ସାରା ପୁରି ଉଠିଲା,
ଆଉ ତନୁମନ ପୁଲକିତ ହେଇଗଲା ।
ତୁ' ଆସିଲୁ ଲାଗିଲା ଯେମିତି ଦଲକାଏ
ଜୁଆରିଆ ପବନରେ ଦେହ ଆଉ ମନ,
ଶୀତଳି ଗଲା,
ଖୁସି ସବୁ କୂଳ ଲଙ୍ଘିଗଲା,
ଲୁହରୂପୀ ବନ୍ୟାଜଳ ଵହୁ ଦୂରେ ଚାଲିଗଲା ।
ତୁ' ଆସିଲୁ ଲାଗିଲା ଯେମିତି ମୋ'ର
ପୁନର୍ଜନ୍ମ ହେଇଗଲା,
ଆଉ ସୁଖ ସଵୁ ଆଞ୍ଜୁଳାରେ ଭରି
ପ୍ରାଣ ମୋ'ର ତୋ' ବାପାଙ୍କୁ ସମର୍ପିପାରିଲା,
କୋଉ ଜନ୍ମେ କରିଥିଲି କେତେ ପୂଣ୍ୟକର୍ମ,
ପାଇଗଲି ଏ ଜୀଵନେ ତତେ'
ସୁଖ ସିନ୍ଦୁକର ଅମୁଲ ଚାଵି ତୁ',
ଜୀବନ ନଉକା ନାଉରୀ,
ପାଖରୁ ଅନ୍ତର କରି କରିବୁନି ଜମା ହତଶୀରି,
ଜନ୍ମ ଦିନେ ତୋ' ବାବୁରେ
ରହିଲା ତୋ' ପାଖେ ତୋ' ମାଆର ଅଳି ।।