STORYMIRROR

Banali Dash

Inspirational Others

3  

Banali Dash

Inspirational Others

ମୋ' ପୁଅ'

ମୋ' ପୁଅ'

1 min
28.1K


ତୁ' ଆସିଲୁ , ଲାଗିଲା ଯେମିତି ଆକାଶରୁ ମେଞ୍ଚା ମେଞ୍ଚା

ଫୁଲ ବର୍ଷିଗଲା,

ବର୍ଷି ପୁଣି ବାସ ଛୁଟିଗଲା,

ମୋ' ଅଗଣା ସାରା ପୁରି ଉଠିଲା,

ଆଉ ତନୁମନ ପୁଲକିତ ହେଇଗଲା ।

ତୁ' ଆସିଲୁ ଲାଗିଲା ଯେମିତି ଦଲକାଏ

ଜୁଆରିଆ ପବନରେ ଦେହ ଆଉ ମନ,

ଶୀତଳି ଗଲା,

ଖୁସି ସବୁ କୂଳ ଲଙ୍ଘିଗଲା,

ଲୁହରୂପୀ ବନ୍ୟାଜଳ ଵହୁ ଦୂରେ ଚାଲିଗଲା ।

ତୁ' ଆସିଲୁ ଲାଗିଲା ଯେମିତି ମୋ'ର

ପୁନର୍ଜନ୍ମ ହେଇଗଲା,

ଆଉ ସୁଖ ସଵୁ ଆଞ୍ଜୁଳାରେ ଭରି

ପ୍ରାଣ ମୋ'ର ତୋ' ବାପାଙ୍କୁ ସମର୍ପିପାରିଲା,

କୋଉ ଜନ୍ମେ କରିଥିଲି କେତେ ପୂଣ୍ୟକର୍ମ,

ପାଇଗଲି ଏ ଜୀଵନେ ତତେ'

ସୁଖ ସିନ୍ଦୁକର ଅମୁଲ ଚାଵି ତୁ',

ଜୀବନ ନଉକା ନାଉରୀ,

ପାଖରୁ ଅନ୍ତର କରି କରିବୁନି ଜମା ହତଶୀରି,

ଜନ୍ମ ଦିନେ ତୋ' ବାବୁରେ

ରହିଲା ତୋ' ପାଖେ ତୋ' ମାଆର ଅଳି ।।


இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Inspirational