STORYMIRROR

ଉମା ଶଙ୍କର ମାଝୀ

Inspirational

3  

ଉମା ଶଙ୍କର ମାଝୀ

Inspirational

ମୋ ପ୍ରିୟ ଯାଦୁକର

ମୋ ପ୍ରିୟ ଯାଦୁକର

1 min
490


ମୋ ପାଇଁ ସଦା ପ୍ରେରଣାର ସ୍ରୋତ ମୋ ବାପା


ଦିନରାତି ମୁଣ୍ଡଝାଳ ତୁଣ୍ଡେ ମାରି ମୋତେ ମଣିଷଟିଏ କରିଥିବା ବ୍ୟକ୍ତିତ୍ୱ ମୋ ବାପା


ନିଜେ ଅନ୍ଧାରରେ ରହି ନିଜ ସନ୍ତାନକୁ ଆଲୋକରେ ବଞ୍ଚିବାର ସୁଯୋଗ ଦେଲେ ସେ ମୋ ବାପା


କାନମୋଡ଼ି ସତ କଥା କହିବାର 

ଓ ଠିକ ରାସ୍ତାର ଠିକଣା ଦେଲେ ସେ ମୋ ବାପା


ଯେ କୌଣସି ପରିସ୍ଥିତିରେ ମନୋବଳ ଦୃଢ଼ କରିବା ପାଇଁ ମୋ ପିଠି ଥାପଡେ଼ଇ ଦେଇ ମନୋବଳ ଦିଅନ୍ତି ମୋ ବାପା


କାନ୍ଧରେ ବସେଇ ଜହ୍ନମାମୁଁ ଦେଖେଇ ଦିଅନ୍ତି ଓ ଯାତ୍ରା ଦେଖେଇ ନିଅନ୍ତି ମୋ ବାପା


ଆକାଶ ଠାରୁ ସୀମାହୀନ ଓ ସାଗର ଠୁ ଗଭୀର ଯାହାଙ୍କ ହୃଦୟ ସେ ମୋ 

ବାପା


ଆମ ପରିବାରରୂପୀ ଡ଼ଙ୍ଗାର  ନାଉରୀ ଆଉ ବିପଦରେ ମଙ୍ଗଳ ସମ୍ଭାଳୁଥିବା କାରିଗର ହେଉଛନ୍ତି ମୋ ବାପା


ମୋ ପାଇଁ ଚଳନ୍ତି ଠାକୁର ଓ ଇଶ୍ୱର ଙ୍କ ଶ୍ରେଷ୍ଠ ଉପହାର ତଥା ଜୀବନରେ କର୍ତ୍ତବ୍ୟର ଗୁରୁତ୍ୱକୁ ଉପଲବ୍ଧି  

କରାଉଥିବା ମହାନ ବ୍ୟକ୍ତି ମୋ ବାପା


ଆମ ଭାଇ ଭଉଣୀ ପରସ୍ପର ମଧ୍ୟରେ କଳି କଲେ ଓ ମୁହଁ ଫୁଲେଇଲେ ସମ୍ପର୍କକୁ ଆଗପରି ତିଆରି କରିବାର ଦାୟୀତ୍ବ ପାଇଥିବା ଯାଦୁଗର ହେଲେ ମୋ ବାପା  


ମୋ ଜୀବନରେ ଯାହାଙ୍କ ବାଣୀ ଅମୂଲ୍ୟ,ଯାହାଙ୍କ ବ୍ୟକ୍ତିତ୍ୱ ସବୁଠୁ ଉଚ୍ଚ ତଥା ଯାହାଙ୍କ ଆଶୀର୍ବାଦର ସୁମନ ପାଇଁ ସଦା ମୁଁ ବ୍ୟଗ୍ର ସେ ମୋ ବାପା...

ସତରେ ବାପା ନାମ ହିଁ ଯଥେଷ୍ଟ ଏହାଠାରୁ ଆଉ ପବିତ୍ର ନାମ ମାଆ ବ୍ୟତିରେକ କିଛି ନାହିଁ


ଆଉ ବାପା ଓ ମାଆ ଆମ ଜୀବନ ଗଠନ କ୍ଷେତ୍ରରେ ଗୁରୁତ୍ୱ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି ଯାହାର ମହାନତା କଳନା କରାଯାଇ ପାରେନା... । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational