STORYMIRROR

Banabihari Mishra

Romance

3  

Banabihari Mishra

Romance

ମୋ ପ୍ରେମିକା

ମୋ ପ୍ରେମିକା

1 min
286

ଥାଆନ୍ତା କି ମୋର ପ୍ରେମିକା ଗୋଟିଏ 

ପାଉଥାନ୍ତା ମୋତେ ବହୁତ ଭଲ

ତା ଜନ୍ମଦିନରେ ପର୍ବପର୍ବାଣିରେ 

ଦିଅନ୍ତି ତୋଡାରେ ଗୋଲାପ ଫୁଲ ।


ମେଳା ମଉଛବ ବୁଲି ଯାଆନ୍ତା ସେ

ସାଙ୍ଗେ ଧରି ସାନଭାଇକୁ ତାର

ଚାଟ୍ ଗୁପ୍ ଚୁପ୍ ଖାଉଖାଉ ସିଏ

ମୋତେ ମାରିଦିଅନ୍ତା ଆଖିଠାର।


କଲେଜ ଯାଆନ୍ତା ତା ସ୍କୁଟିରେ ସିଏ

ଅଟକି ଯାଆନ୍ତା ଅଧା ବାଟରେ

ଫେରିକି ଚାହାଁନ୍ତା ପଛକୁ ମୋତେ ସେ 

ମୁଁ ପହଞ୍ଚନ୍ତି ସାଇକେଲରେ ।


ଦୁହେଁ ମିଶି ଗପ କରୁକରୁ ଯାଇ

ପଶନ୍ତୁ କଲେଜ ହତା ଭିତରେ

ତାକୁ ଯଦି କିଏ କମେଣ୍ଟ ମାରନ୍ତା

ଲଢି ଯାଆନ୍ତି ମୁଁ ତା ସାଙ୍ଗରେ।


ତା ବୋଉ ସାଙ୍ଗରେ ବଜାର ଭିତରେ 

ମୋ ସାଙ୍ଗରେ ଯେବେ ଦେଖା ହୁଅନ୍ତା

ବୋଉ ହାତ ଛାଡି ମୋ ହାତଧରି ସେ

ମଜାରେ ବଜାର ବୁଲି ଯାଆନ୍ତା।


ଘନିଷ୍ଠତା ଟିକେ ବଢିଗଲା ପରେ

ଆମ ଘରଲୋକ ପ୍ରସ୍ତାବ ନେଇ

ବାହାଘର କଥା ଛିଡେଇ ଆସନ୍ତେ

ତାଙ୍କ ଘରେ କଥାବାରତା ହେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance