STORYMIRROR

Kabiratna Nutan Kumar Behera

Romance Classics

4  

Kabiratna Nutan Kumar Behera

Romance Classics

ମୋ ପାଇଁ ତୁମେ ରୂପା ଜହ୍ନ

ମୋ ପାଇଁ ତୁମେ ରୂପା ଜହ୍ନ

1 min
451

    

ମୋ ପାଇଁ ତୁମେ ରୂପା ଜହ୍ନ

ରହି ଥିଲେ ବି ଦୂରେ ହୁଅ ପ୍ରସନ୍ନ 

ଶୁଭ୍ର ସ୍ନିଗ୍ଧ କରିଦିଅ ମୋ ମନ ଗଗନ

ଅହରହ ଆକର୍ଷି ନିଅ ମୋର ଧ୍ୟାନ

ଦିଶୁଥାଅ ତୁମେ ସ୍ଵଚ୍ଛ ପବିତ୍ର ଅମ୍ଳାନ

ତୁମ ରୂପ ଲାବଣ୍ୟରେ ହୁଏ ମୁଁ ନିମଗ୍ନ

ମୋ ପାଇଁ ତୁମେ ରୂପା ଜହ୍ନ

ତୁମ ରୂପେଲି ଜୋଛନାରେ କରାଅ ସ୍ନାନ

ମୋ ମନ ରହେ ନାହିଁ ଆଉ ମଳିନ

ଅନାବିଳ ତୁମର ଭଲ ପାଇବାର ପ୍ରୀତିଦାନ

କରିଦିଏ ମୋତେ ଭାବରେ ରଙ୍ଗୀନ

ଦେଖେ ମୁଁ ନିତି ନିତି ସ୍ଵପ୍ନ

ମୋ ପାଇଁ ତୁମେ ରୂପା ଜହ୍ନ

ପ୍ରେରଣା ଦେଇ କରୁଥାଅ ଆହ୍ଵାନ

କୁହ ଚୁପି ଚୁପି ମଧୁର ସ୍ଵର ହୁଏ ଗୁଞ୍ଜନ

ପ୍ରେରଣା ଦିଅ ଗଢ଼ିବାକୁ ସୁନ୍ଦର ଜୀବନ

ଅଗ୍ରଗତି ପଥେ କରେ ମୁଁ ଅଭିଯାନ 

ଦିଅ ପୁଣି ପରଶମଣିର ସନ୍ଧାନ

ମୋ ପାଇଁ ତୁମେ ରୂପା ଜହ୍ନ

କମନୀୟା ଲୋଭନୀୟା ସଫେଦ କିରଣ

କରାଏ ମୋତେ ଭାବ ପ୍ରବଣ

ହୃଦୟରେ ଆସେ ନବ ଜାଗରଣ

ପ୍ରେମର ପ୍ରତ୍ୟୟ ମୋ କଳ୍ପନାରେ ବୁଣ

ମୋ ସ୍ଵାଗତେ ସଜାଅ ସୁନ୍ଦର ତୋରଣ

ମୋ ପାଇଁ ତୁମେ ରୂପା ଜହ୍ନ

ତୁମ ତନୁଲତାର ରୂପଠାରୁ ବଳି ଗୁଣ

ମୋ ଆଶା ଆକାଂକ୍ଷାକୁ କର ନିମନ୍ତ୍ରଣ

ଯୋଗାଅ ଇନ୍ଧନ ଇଚ୍ଛାକୁ କରିବା ଲାଗି ପୂର୍ଣ୍ଣ

ଢ଼ାଳି ଦିଅ ସୁଗନ୍ଧିତ ଫୁଲ ଚନ୍ଦନ

ରଖିଥାଅ ତୁମ ଚିତ୍ର ଚରିତ୍ର ଜାଜ୍ଜ୍ୱଲ୍ୟମାନ 

ମୋ ପାଇଁ ତୁମେ ରୂପା ଜହ୍ନ...।।

     


Rate this content
Log in

Similar oriya poem from Romance