ମୋ ଓଡ଼ିଶା
ମୋ ଓଡ଼ିଶା


ହେ ମୋର ପ୍ରିୟ ଓଡ଼ିଶାବାସୀ
ରଖିଛ କି ମନେ ଆଜି
ଯେଉଁ ମୌନମୁନି ର ତନ୍ତ୍ର ସାଧନେ
ଦିନେ ଜାଗ୍ରତ ହେଇଥିଲେ ପୁରବାସୀ ।
ଧରଣୀ ବିଦାରି ଯାହାର ଡାକରେ
ଉଠିଥିଲା ଶତ ସହସ୍ର ଭୁଜା ଏକସାଥେ
କଙ୍କାଳ ଦେହେ ଭରିଦେଲେ ବଳବୀର୍ଯ୍ୟ
ଲହୁରେ ଲୁହରେ ଅଙ୍କା ହେଇଗଲା ଉତ୍କଳ ମାନଚିତ୍ର ।
ଛିଣ୍ଡାଇ ଶୃଙ୍ଖଳ ଉଠିଲା ଦୁର୍ବଳ ଯେଦିନ
ମାଟିରେ ମିଶାଇ ନିଜ ଦେହ ସେଦିନ ସେ ବୀର
ଗଢି ଦେଇଗଲେ ସ୍ବତନ୍ତ୍ର ଓଡ଼ିଶା ଭୂଇଁ
ପୂର୍ବ ଆକାଶେ ଆସିଥିଲା ନୂତନ ସୂର୍ଯ୍ୟ ଉଇଁ ।
କାହିଁ ଗଲେ ସେଇ ତାନ୍ତ୍ରିକ ଗଣ
ଯାହାଙ୍କ ମନ୍ତ୍ରେ ଓଡ଼ିଆ ଭାଷା ଲଭିଲା ଅମରତ୍ୱ
ନତ ମସ୍ତକେ କର ସେମାନଙ୍କୁ ପ୍ରଣିପାତ
ନିଷ୍ଫଳ ନଯାଉ ସେମାନଙ୍କ ବଳିଦାନ ।
ବଳିଷ୍ଠ ବ୍ୟକ୍ତିତ୍ବ ମାନଙ୍କର ଆମେ ଆଟୁ ଉତ୍ତରଦାୟଦ
ଭାଷାକୁ ଆମର କରିବା ସବୁଠୁ ଶ୍ରେଷ୍ଠ
ଯାହାର କଳା ସଂସ୍କୃତି ସ୍ଥାପତ୍ୟ ସାରା ବିଶ୍ଵେ ପ୍ରସିଦ୍ଧ
ସେ କି ହେଇପାରେ କେବେ କଙ୍କାଳସାର ।