STORYMIRROR

ବିଜୟ କୁମାର ନାୟକ

Thriller

3  

ବିଜୟ କୁମାର ନାୟକ

Thriller

ମୋ ନୀରବତା

ମୋ ନୀରବତା

1 min
385

ଭାବନା ରାଜ୍ୟରେ ପହଁରି ପହଁରି

ଭାବନାକୁ ଧରି ଜାବୁଡ଼ି,

ସ୍ବପ୍ନିଳ ଖିଆଲେ ଖିଲି ଖିଲି ହସି

ଭାବିଲି ଦେବି ମୁଁ ସଜାଡ଼ି।


ଭାସିଗଲି ସିନା ଭସାମେଘ ସାଜି

ସଫଳତା ନୀଳ ଆକାଶେ,

ଚେତନା ଫେରିଲା ଅବଚେତନରୁ

ବାସ୍ତବତା ଭରା ବତାସେ।


କଡ଼ ଲେଉଟାଇ ଏପାଖ ସେପାଖ

ଦେଖିଲି ମୁଁ ଅଛି କେଉଁଠି..!

ପାଦେ ହେଲେ ସୁଦ୍ଧା ଆଗକୁ ଘୁଞ୍ଚିନି

ଥିଲି ମୁଁ ଯେଉଁଠି ସେଇଠି।


ଏତେ ସମୟ ମୋ ବ୍ୟର୍ଥଟା'ରେ ସିନା

କଲି ମୁଁ ଅତିବାହିତ,

ଫଳପ୍ରଦ କିଛି ହେଲାନି କାହିଁକି

ଚିନ୍ତି ଦୁଃଖ ହେଲା ସତ।


ନିସଂଗତା ମୋର ଫେରି ଆସିଗଲା

କୋଳେଇ ନେଲି ମୁଁ ତା'କୁ,

ଖାଲି ଖାଲି ଯାହା ଖାଁ ଖାଁ ଲାଗେ

ଭିଡିନେଲି ମୋ ପାଖକୁ।


ନୀରବତା ମୋର ଅସ୍ତ୍ର ଆଉ ଶସ୍ତ୍ର

ଲୋଡ଼ା ନାହିଁ କିଛି ଅଧିକା,

ଏମିତି ବିଜୟ ଜିଇଁ ଚାଲିଥିବ

ଭିଡ଼ରେ ବି ଏକା ଏକା ବିଜୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller