STORYMIRROR

Prakash ranjan Swain

Abstract Inspirational

4  

Prakash ranjan Swain

Abstract Inspirational

ମୋ ନାଆଁଟି ତ୍ରିରଙ୍ଗା

ମୋ ନାଆଁଟି ତ୍ରିରଙ୍ଗା

1 min
179

ନା ମୁଁ ଜାଣିଛି ତୁମେ ହିନ୍ଦୁ

ଅବା ତୁମେ ମୁସଲମାନ୍

ନା ମୁଁ ଚିହ୍ନିଛି ରହିମ୍ କିଏ

ଆଉ ନା ଶ୍ରୀରାମ ଭଗବାନ।

ମୁଁ କି ଜାଣିଛି ନିଜର ପରିଚୟ

ଏଇତ ମୋ ପାଇଁ ଅଜଣା ବିଷୟ

ତିନି ରଙ୍ଗ ଏକ ଚକ୍ରରେ ଗଢା ମୁଁ

ଉଡ଼େ ନିତି ହୋଇ ଫରଫର।

ମୁଁ ତ ଚିହ୍ନିଛି ଭାରତର ସବୁ

ନରନାରୀ ନିର୍ଭୀକ ସୈନିକଙ୍କୁ

ମନରେ ଜାତିଅଜାତି ଭାବ ନ ରଖି

କୋଳାଇ ନିଏ ମୁଁ ସଭିଙ୍କୁ।

ମୋର ବି ଗୋଟେ ଜୀବନ ଅଛି

ଆଉ ମନରେ ବି ଅଛି କିଛି ଉତ୍କଣ୍ଠା

କେହି କାଇଁ କେବେ ବୁଝିବାକୁ

କରିଛ କି ଥରେ ହେଲେ ଚେଷ୍ଟା।

କୁହନ୍ତି ସଭିଏଁ ମୁଁ ଶୁଣିଛି କାନେ

ମୁଁ କାଳେ ଭାରତ ଗୁଣ ଗାଉଛି

କେବେ କି ଥରେ ପଚାରିଛ କେହି

ତୁମ ମନ କି ଏହା ମାନିଛି।

ନାରଙ୍ଗୀ ଧଳା ଆଉ ସବୁଜ

ଏ ତିନି ରଙ୍ଗରେ ମୁଁ ସଜ୍ଜିତ

ଧଳା ମଧ୍ୟେ ଅଛି ଅଶୋକ ଚକ୍ର

ସଜାଇଛ ଦେଇ ଚବିଶ ଅର।

ତୁମେ କର ମୋତେ ନେଇ ଗର୍ବ

ମୁଁ କାଳେ ଭାରତ ଜାତୀୟ ସମ୍ପଦ

ସତ୍ୟ,ଶାନ୍ତି ଓ ମୈତ୍ରିର କାଳେ ମୁଁ

ଭାରତ ପାଇଁ ବିଦେଶେ ପ୍ରତୀକ।

ନା ମୁଁ କିଛି ଭାଷା ଜାଣିଛି

ଆଉ ନା ମୋର କିଛି ଜାତି ଅଛି

ମଣିଷ ନ ହେଇ ବି ମନରେ

ମୁଁ ମାନବିକତାକୁ ମାନିଛି।

ଭାରତ ସନ୍ତାନ ବୀର ଶହୀଦକୁ

ଢାଳିଦେଇ ମୋର ମମତା

କୋଳେଇ ନେଇଛି ଘୋଡେ଼ଇ ଦେଇଛି

ଯେବେ ବର୍ଷିଛି ଶତ୍ରୁର କ୍ରୁରତା।

ତୁମେ କି ଜାଣିଛ ତୁମେ କି ବୁଝିଛ 

ଅନୁଭବ କି କରିଛ ମୋତେ ଛୁଇଁ

ବୀର ସନ୍ତାନକୁ ଘୋଡାଅ ଯେବେ

ମୋ ପଣତ ଭିଯିଥାଏ ଅବା ନାଇଁ।

ମୁଁ ରାଷ୍ଟ୍ର ସମ୍ମାନରେ ଉଡ଼ିଛି

ରାଷ୍ଟ୍ର ପରାଜୟରେ ମୁଁ ହାରିଛି

ସୁଖରେ ଦୁଃଖରେ ସବୁ ସମୟରେ

ରାଷ୍ଟ୍ରର ସାଥିରେ ରହିଛି।

ଅର୍ଦ୍ଧ ଶତାବ୍ଦୀଠୁ ଅଧିକ ଦିନର

ଇତିହାସ ମୋ ଦେହରେ ଅଙ୍କା

ଭାରତ ଗୌରବ ମୁଁ ତାର ଗର୍ବ

ଅଖଣ୍ଡିତ ମୋ ନାଆଁଟି ତ୍ରିରଙ୍ଗା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract