STORYMIRROR

Baikunth Bihari Swain

Classics

4  

Baikunth Bihari Swain

Classics

ମୋ ମତରେ ସାହିତ୍ୟ

ମୋ ମତରେ ସାହିତ୍ୟ

1 min
386


     

କଅଁଳ ଶିଶୁଟି କୁଆଁ କୁଆଁ କାନ୍ଦେ

ମାଆ ତା କୋଳେଇ ନିଏ।

ସ୍ତନ୍ୟ ପାନ ଦେଇ ମୁଣ୍ଡ ସାଉଁଳେଇ

ଶିଶୁକୁ ଶୁଆଇ ଦିଏ।

ମାଆ ବୁଝିଗଲା ଶିଶୁଟିର ଭାଷା।

ସିଏ କି ସାହିତ୍ୟ ନୁହେଁ?


ଯୋଡ଼ା ବେଣୀ ଛାଟି ନବ ଯଉଵନା 

କଣେଇ କଣେଇ ଚାହେଁ,

ମୁରୁକି ହସଟି ଦିଏ।

ମିଳନର ରାତି ଖୋଜୁ ଅଛି ସାଥୀ

ପ୍ରିୟ ପୁରୁଷ ତା ଚାହାଣି ରୁ ବୁଝି ନିଏ,

ମିଳନର ବାର୍ତ୍ତା ଦିଏ।

ପ୍ରେମିକ ବୁଝିଲା ପ୍ରେମିକାର ଭାଷା 

ସିଏ କି ସାହିତ୍ୟ ନୁହେଁ ?


ଅଜା ବୁଢ଼ାଙ୍କ ର ତୁଣ୍ଡେ ଭାଷା ନାହିଁ

ଶରୀର ଧରିଛି ଶେଯ।

କଡ ଲେଉଟେଇ ବଙ୍କୁଲିବାଡିରେ

ଠକ୍ ଠକ୍ କଲେ ମେଜ।

ଆଈ ଉଭାହୋଇ ପାଣି ବାସନ ଟା

ହାତକୁ ବଢାଇ ଦେଲେ,

ଘସା ମୋଡା ଟିକେ କଲେ।

ଆଈ ବୁଝିଗଲା ଅଜାଙ୍କର ଭାଷା

ସିଏ କି ସାହିତ୍ୟ ନୁହେଁ?



Rate this content
Log in

Similar oriya poem from Classics