ମୋ ମନ ରେ ପ୍ରେମ ରଙ୍ଗ ଲାଗିଲା
ମୋ ମନ ରେ ପ୍ରେମ ରଙ୍ଗ ଲାଗିଲା
ଫଗୁଣ ମାସ ଆସିଲା ଆମ୍ବ ବଉଳୀଲା
ଡାଳେ କୋକିଳ ରବିଲା
ଫୁଲ ଚନ୍ଦନ ର ସୁବାସ ଚହଟି
ଦଶ ଦିଶ ମହକିଲା ।
ବସନ୍ତ ଆସିଲା ମଳୟ ବହିଲା
ଶୋଭା ପରିପୂର୍ଣ୍ଣ ହେଲା
ସବୁ ଠାରେ ଆଜି ପବିତ୍ର ଲହରୀ
ପ୍ରବାହ ଯେ ଖେଳି ଗଲା ।
ପ୍ରୀତି ର ପ୍ଲାବନେ ଉଲ୍ଲାସ ବିଭୋର
ହେଲେ ଜନେ ସର୍ବେ ଏବେ
ଚରା ଚରେ ମାତି ଗାଉ ଛନ୍ତି ଗୀତି
ଆହ। କି ! ଆନନ୍ଦ ରବେ ।
ଉଲ୍ଲାସ ମଧ୍ୟରେ ମୁଖରିତ ଚାରୁ
ଚମତ୍କାର ସ୍ନିଗ୍ଧ ଲୀଳା
ଦେଖି ନୃତ୍ୟ ଗୀତ ମୋ ମନ ରେ ନିତ୍ୟ
ପ୍ରେମ ର ରଙ୍ଗ ଲାଗିଲା ।
