STORYMIRROR

Nrusingha Narayan Tripathy

Inspirational Children

3  

Nrusingha Narayan Tripathy

Inspirational Children

ମୋ ମାଆ ପରି କିଏ ହେବ

ମୋ ମାଆ ପରି କିଏ ହେବ

1 min
232


ବାତ୍ସଲ୍ୟ ମମତା ସେନହ ଶରଧା

କାହାଠାରୁ ଅଧିକ ମିଳିବ

ସଂସାରରେ କିଏ ମାଆ ପରି ହେବ

ନିଜଠୁ ବେଶୀ ଭଲ ପାଇବ 

ମୋ ମାଆ ପରି କିଏ ହେବ ll


ପଡିଗଲେ ଦାଣ୍ଡେ ଉଠାଇ ଆଣିକି

ଦେହ ଧୂଳି ବାଲି ଝାଡ଼ି ଦେବ

ନ ଖାଇଲେ ଖାଦ୍ୟ ଜହ୍ନ ମାମୁଁ ଠାରି

ଭୁଲାଇ ଖାଦ୍ୟ ଖୁଆଇ ଦେବ 

ମୋ ମାଆ ପରି କିଏ ହେବ ll


ବକ୍ଷ ଚିରି ଯିଏ ଖାଦ୍ୟ ଖୁଆଇବ

କଷ୍ଟ ସହି ଯିଏ ଜନ୍ମ ଦେବ

ହାତ ଧରି ବାଟ ପୁଣି ଚଲାଇବ

ଅଳି ଅର୍ଦ୍ଦଳି ମୋର ସହିବ

ମୋ ମାଆ ପରି କିଏ ହେବ ll


ଅଝଟ ହୋଇଲେ ସେ ବୁଝାଉଥିବ

ଗୀତ କହି ସେ ଶୁଆଇଦେବ

ଖେଳଣା ଦେଖାଇ ସେ ଗେଲେଇ ଦେବ

ସ୍ନେହବୋଳା କଥା କହୁଥିବ

ମୋ ମାଆ ପରି କିଏ ହେବ ll


ସିଲଟ ଖଡ଼ିରେ ପାଠ ଶିଖାଇବ

ବ୍ରହ୍ମା ବିଷ୍ଣୁ ଶୂନ ଲେଖୁଥିବ

କାଖରେ କାଖେଇ ବିଦ୍ୟାଳୟ ନେବ

ଗୁରୁମାଆ ସାରେ ଚିହ୍ନେଇଦେବ

ମୋ ମାଆ ପରି କିଏ ହେବ ll


ବଡ଼ ହେଲାପରେ ପରାମର୍ଶ ଦେବ

ଦୋଷକୁ ମୋର ଲୁଚାଉଥିବ

ମନ ଅନୁସାରେ ଖାଦ୍ୟ ରାନ୍ଧୁଥିବ

କଥାକୁ ମୋର ସେ ଶୁଣୁଥିବ

ମୋ ମାଆ ପରି କିଏ ହେବ ll


ବଡ଼ ହେଵା ପାଇଁ ଆଶା ସେ କରିବ

ପ୍ରଭୁଙ୍କ ପାଶେ ଦୀପ ଜାଳିବ

ଦୁଃଖ ସୁଖ ରେ ଭାଗିଦାରୀ ସେ ହେବ

ସର୍ବଦା ମୋତେ ସେ ଶୁଣୁଥିବ

ମୋ ମାଆ ପରି କିଏ ହେବ ll


ରୋଗବେଳେ ସିଏ ସେବା କରୁଥିବ

ଅନିଦ୍ରାରେ ପାଶେ ବସୁଥିବ

ଗୋଡ଼ ହାତ ପିଠି ସେ ଆଉଁସୁଥିବ

ଠାକୁରଙ୍କୁ ସିଏ ଡାକୁଥିବ

ମୋ ମାଆ ପରି କିଏ ହେବ ll


କାମକୁ ଗଲେ ଯିଏ ପଚାରୁଥିବ

ଫେରିଲା ବାଟକୁ ସେ ଚାହୁଁଥିବ

ଭଲ ମନ୍ଦ ସବୁ ସିଏ ବୁଝୁଥିବ

ଖାଇଲା ପରେ ସେ ଖାଉଥିବ

ମୋ ମାଆ ପରି କିଏ ହେବ ll


ମାଆର ଆଦର କିଏ ବା କରିବ

ମାଆ ମୋର ସ୍ୱର୍ଗ ମାଆ ମୋର ଧର୍ମ

ମାଆର ସେବାରେ ଜୀବନ ବିତିବ

ମାଆ ଅଟେ ମୋର ଅମୁଲ୍ୟ ରତ୍ନ

ମୋ ମାଆ ପରି କିଏ ହେବ ll

ମୋ ମାଆ ପରି କିଏ ହେବ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational