ମୋ ମା
ମୋ ମା
ମା ମା ଡାକ ତୋକାନ ଶୁଣିଲେ
ପରାଣେ ସେନେହଁ ଆସଇ ଝରି,
ପଛକରିସବୁ ପାଇଟିକୁ ଆଗେ
ଧାଇଁଆସୁ ବେଗେ କୋଳରେ ଧରି ।
ତୋକୋଳ ସରଗ ପାଇତା ପରଶ
ନିଦମାଉସୀବି ଆସଇ ହସି,
କନ୍ଦାଏ ହସାଇ ସଠିଦୁଶୀ ଆସି
ଦେଖୁଥାଉ ମୋରନିକଟେ ବସି ।
ଭୁତକିଡାହାଣୀ ଛୁଆଙ୍କ ରଙ୍କୁଣୀ
ନଜରକାଟଇ କଜଳ ପାତି,
ମୁଣ୍ଡତଳେଥୋଇ ଛାଞ୍ଚୁଣୀ ଛିଣ୍ଡେଇ
ଘୋଡେଇଦେଉ ମୋ ଉପର ଛାତି ।
ଲଙ୍ଗଳାଦେହକୁ ହାମୁଡେଇ ତଳେ
ପିଠିରେମାଲିସ କରାଉ ତେଲ,
ପହିଲି ସୁରୁଯକିରଣ ଖୁଆଉ
ଜଳରେ ସିନାନକରାଉ ଖେଳ ।
ଛତୁଆଯାଉ ବା ପୋଡପିଠା କରି
ବଡ଼ ଜତନରେ ଦେଇଛୁ ଦଳି ,
କାଖେଇ ଭୁଲେଇ ଖୋଇଦେଉ ଗାଉ
ଜହ୍ନମାମୁଁ ଗୀତ ଭଳିକୁ ଭଳି ।
କଜଳପାତିରୁ କଳାଟିପାଟିଏ
ମାଖିଦେଉଥାଉ କପାଳ ପାଦେ,
ନଜର ନଲାଗୁ ଦେଖିକେହିମତେ
କାଳେ ଶୁଖିଯିବି ଡାହାଣୀ ବାଦେ ।
ପିଠିଥାପୁଡ଼େଇ ନାନାଗୀତଗାଇ
ସୋଇଦେଉ ନେଇ ପାଖରେ ଥାଇଁ
କେତେମାନସିକ ଓଷା ଉପବାସ
ମୋପାଇଁ କରିଛୁ ହିସାବ ନାହିଁ ।
ଆଖି ଲୁହଜାକ ପଣତରେ ପୋଛି
ବଡ଼କଲୁବୁକୁ ରକତ ଢ଼ାଳି,
ଚଳନ୍ତି ପ୍ରତିମା ମୁରତୀ ମାଲୋ
କୋଟି ଦଣ୍ଡବତ ତୋକଥା ଭାଳି ।