STORYMIRROR

Sahadev Behera

Inspirational Others

3  

Sahadev Behera

Inspirational Others

ମୋ ମା ଶ୍ରେଷ୍ଠ

ମୋ ମା ଶ୍ରେଷ୍ଠ

1 min
29


ଭାରତ ଯେ ମୋର ପ୍ରିୟ ଜନ୍ମ ଭୂମି 

   ତା କୋଳେ ଜନମ ମୋର 

 ନାନା ଜାତି ଫୁଲ  ଫଳରେ ଭରିଛି 

   ଝରାଇ ଅମୃତ ଧାର ll 1

କେତେ ସାଧୁସନ୍ଥ ଜନମି ତା କୋଳେ 

   ପାଳିଛି ସନ୍ତାନ ପରି 

ସେହି ପୂଣ୍ଯ ଭୂମି  ଧର୍ମ ଭୂମି ମୋର 

   ଶତ୍ରୁକୁ ଦିଏ ସଂହାରି ll2

 ନାହିଁ ଧର୍ମ ଭେଦ ହିନ୍ଦୁ କି ଜଇନ

   ମୁସଲିମ୍ ଖ୍ରୀଷ୍ଟିୟାନ 

 ସଭିଁଙ୍କୁ ପାଳଇ କରି ଆପଣାର 

   ସତେକି ନିଜ ସନ୍ତାନ ll 3 

 ଗଙ୍ଗା ଗୋଦାବରୀ କୃଷ୍ଣା ଯେ କାବେରୀ 

   ଢାଳଇ ଅମିୟ ନୀର 

 କେତେ ଯୋଦ୍ଧା ପୁଣି ଜନମ ଦେଇଛି 

  ପିଆଇ ବକ୍ଷର କ୍ଷୀର ll 4

 ଅମୃତ ଝଙ୍କାର ସୁପ୍ରଭାତେ ନିତି 

   ଚଉଦିଗେ ଭାସି ଆସେ 

 ଆଲୋକ ଦୀପାଳୀ ମଶାଲକୁ ଧରି 

    ସନ୍ଧ୍ୟା ତାରା ନିତି ହସେ ll 5

ପ୍ରଚାରିଲେ ଧର୍ମ ତ୍ଯାଗ ସେବା ଶାନ୍ତି 

    ଧର୍ମଗୁରୁ ଶ୍ରୀଚୈତନ୍ୟ

କବିର ବିବେକ ସେ ପରମହଂସ 

    ତୁଳସୀ ଦାସ ମହାନ ll 6

 ଗୀତା ଭାଗବତ ପୋଥି ପୁରାଣରେ 

     ମୋ ଭାରତ ବିଶ୍ୱେ ଶ୍ରେଷ୍ଠ 

 ଯେତେ ଗୁଣଗାନ କରିଲେ ସରେନି

    ମୋ ପାଇଁ ସିଏ ବିଶିଷ୍ଟ ll 7  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational