STORYMIRROR

Prafulla Kumar Tripathy

Romance

3  

Prafulla Kumar Tripathy

Romance

ମୋ କଲମ

ମୋ କଲମ

1 min
167

ମୋ କଲମରେ ଲେଖା କବିତା

ତୁମେ ଏକା ମୋର ପ୍ରଥମ ପାଠିକା

ଆଗୋ ପ୍ରିୟ ମୋ ନାୟିକା

ତୁମ ପାଇଁ ମୋ କବିତା ଫିକା 

ରୁହନା ଗୋ ତୁମେ ଆଜି ରୁଷି ...


ହାତରେ ଧରିଛି କଲମ ସିନା

ଲେଖିବାକୁ ଜମା ହେଉନି ଇଚ୍ଛା

ଯେତେ ବୁଝାଇଲେ ଏ ମନ ମାନୁନି

କାହିଁକି ଲେଖିଲି କବିତା ଆଜି ...


କବିତା ଲେଖିଲି ପଢିଲ ତୁମେ

ମୋ ମନକୁ କଲ ଚୋରି

ଲାଗିଲା ଯେମିତି ତୁମ ବିନା ମୋର

ଏ କବିତା ଯିବ ସରି ... 


ମୋ କଲମ ମୁନରେ

ତୁମେ ମୋ କବିତା

ଓଠରେ ତୁମ ଗୋଲାପି ହସ

ମୋ କବିତା ବହିର

ତୁମେ ମୋ ନାୟିକା

ଅତିତ ଆମ ଇତିହାସ ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance