Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jharana Rout

Abstract

3  

Jharana Rout

Abstract

ମୋ କାଳିଆ ସୁନା

ମୋ କାଳିଆ ସୁନା

1 min
227


 

   ଆଜି ବଡଦାଣ୍ଡ ଲାଗୁଛି ନିଃଶବ୍ଦ

     କେମିତି ଗଡିବ ରଥ

  ଭକ୍ତବିନା ପ୍ରଭୁ ଲାଗଇ ଶୂନ୍ୟ

    କେମିତି ହେଉଛୁ ଖୁସି ॥


  କି ମହାମାରୀ ବିଶ୍ୱକୁ ଗ୍ରାସିଲା

   ଯିବାକୁ ତୋ ଦାଣ୍ଡକୁ ମନା

  କେମିତି ଏ ଶାସ୍ତି କହରେ କାଳିଆ

    ମନକୁ ପାରୁନିରେ ଚାପି ॥


  ତୋ ଭକ୍ତ ତୋ ଲାଗି ଝୁରି ହେଉଛି 

    ଆସି ଦେଖିଯାରେ ଥରେ

  ତୋ ରଥ ଦଉଡି ଛୁଁଇବାକୁ ମନା

    ତୁ କେମିତି ଯାଉଛୁ ଗଡି ॥


 ଏ କରୋନା ତୁ ବିନାଶ କରିଦେ

   ଦୟା କର ଭାବଗ୍ରାହୀ

 ସଭିଙ୍କୁ ତୁହି ଭଲବାଟ ଦେଖା

   ଏତିକି କରୁଛି ଅଳି....॥


Rate this content
Log in

Similar oriya poem from Abstract