STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ମୋ ଜନ୍ମ ଭୂମି

ମୋ ଜନ୍ମ ଭୂମି

1 min
12.4K

ମାଟିର ମଣିଷ ମାଟି ମାଆ କଥା

କହୁଛି କହିବି

ଏ ପିଣ୍ଡରୁ ପ୍ରାଣ ଯିବା ଯାଏଁ ।

ଜନ୍ମ ଭୂଇଁ ର ଗୈାରବ ଗରିମା

ଗାଉଛି ଗାଇବି

ଏ ଶରୀରେ ଜୀବ ଥିବା ଯାଏଁ ।।


ମମତା ମୟୀ ତା କୋଳେ ମୋ ଶୈଶବ

ବାଳୁତ କୈଶୋର

ବିତାଇଛି କେତେ

ଏହି ଜରା କାଳେ ତା ପଦ୍ମପାଦ ରେ

ମଥା ମୋର ଲୋଟୁ

ସଂସାରରେ ମୁଁ ଥିବା ଯାଏଁ ।।


ତା ବାତ୍ସଲ୍ୟ ସ୍ନେହ ଅମାପ ତେଣୁ ମୁଁ

ତା ବନ୍ଦନା ଗୀତି

ପଢୁଛି ପଢିବି ମଲା ଯାଏଁ ।

ତାସେବା ରେ ମନ ନହେଉ କାର୍ପଣ୍ୟ

ବିତିଯାଉ ଦିନ

ତା ସେବାରେ ଜୀଇ ଥିବା ଯାଏଁ ।।


ତା ମାନ ମହତ ରଖେ କରି ଅରି

ସଙ୍ଗେ ଲଢ଼ି ଲଢ଼ି

ଶେଷ ରକ୍ତ ବିନ୍ଦୁ ଥିବା ଯାଏଁ ।

ମାଟି ରେ ମିଶୁ ମୋ ଏ ମାଟି ଶରୀର

ତା କୋଳରେ ଲୋଟି

ପଞ୍ଚଭୁତେ ଲୀନ ହେବା ଯାଏଁ ।।


ଜନନୀ ମୋ ମହିୟସୀ ଜନ୍ମ ଭୂଇଁ

ସରଗ ଠୁ ବଡ

ବଇକୁଣ୍ଠ ତା ସମାନ ନୁହେଁ ।

ବାରମ୍ବାର ଜନ୍ମ ନେବି ତା କୋଳରେ

ଏ ଆଶା ବିଶ୍ଵାସେ

ତା ବନ୍ଦନା ନିତି ଗାଉଥାଏ ।।


ଗାଇ ତା ବନ୍ଦନା ଦଗ୍ଧ ହେଉ ଦେହ

ଜୁଇ ନିଆଁ ଲାଗି

ଶ୍ମଶାନେ ପାଉଁଶ ହେବା ଯାଏଁ ।

ନମୋ ନମଃ ‌ଜନ୍ମଭୂମି ମା ଜନନୀ 

ତୋ କୋଳେ ଜନମି

ନିଜ କୁ ମୁଁ ଧନ୍ୟ ଧନ୍ୟ ମଣେ ।।


Rate this content
Log in

Similar oriya poem from Classics