STORYMIRROR

Anjana Naik,Anju..Deogarh

Abstract Action Fantasy

3  

Anjana Naik,Anju..Deogarh

Abstract Action Fantasy

ମୋ ଜୀବନର ଶୀତ

ମୋ ଜୀବନର ଶୀତ

2 mins
210


ଏ ଆଖି ଦେଖିଛି ଅନେକ ଶୀତ.....

ଭୋର ସକାଳୁ ସକାଳୁ ଗଞ୍ଜାର ରଡ଼ି 

କୁ..କୁ..ଡ଼ୁ. କୁ ରେ ନିଦ ଭାଙ୍ଗିଦିଏ ଶୀତ

ମା ର ଗୋବର ପାଣିର ଛେରାପହଁରା ବେଳେ

ଦୁଆରରେ ଟପର୍ ଟାପର୍ କରୁଥିଲା ଶୀତ ।।

ହଳଦୀ ଗୁରୁଗୁରୁ ଶୋରିଷ ଫୁଲରେ

ରଙ୍ଗିନ ପ୍ରଜାପତି ହୋଇ ଉଡ଼ୁଥିଲା ଶୀତ 

ଆମ ଗାଁ ନାଳରେ ଗାଧିଲା ବେଳକୁ 

କଞ୍ଚା ହଳଦୀ ମାଖୁଥିଲା ଶୀତ ।।

ପୋଖରୀ ପାଣିରେ ଧଳା, ଗୋଲାପି 

କଇଁ ଫୁଲରେ ହସୁଥିଲା ଶୀତ 

ଧାନ କିଆରିର କେରାକେରା ପାଚିଲା 

ଧାନକେଣ୍ଡାରେ ଦୋହଲୁଥିଲା ଶୀତ ।

ହଳଗାଡ଼ିରେ ଧାନବିଡ଼ା ଲଦାହୋଇ 

କେଁ କଟର ଗୀତ ଗାଉଥିଲା ଶୀତ

ବେଙ୍ଗଳା କଲାବେଳେ ଗୋରୁମାନଙ୍କ 

ତୁଣ୍ଡିରେ ବନ୍ଧା ହୋଇ ଥିଲା ଶୀତ ।।

ଗୋଧୂଳି ବେଳାର ଗୋରୁଙ୍କ ଖୁରାରେ ତ

ଗୋଧୂଳି ଧୂଆଁରେ ଆଶୁଥିଲା ଶୀତ 

କୁଣ୍ଡାପିଠାରେ ମା କଳାପାଟଙ୍କ ପିଢ଼ରୁ 

ଆଶିର୍ବାଦ ହୋଇ ଝରୁଥିଲା ଶୀତ ।

ସ୍କୁଲକୁ ଶନିବାର ସକାଳୁ ଗଲାବେଳେ 

ଖାଲିପାଦରେ କଣ୍ଟା ଫୋଡ଼ୁଥିଲା ଶୀତ

ନାଳରେ ଲାଠିପକେଇ ମାଛ ମାରିଲା ବେଳେ

ଥୋପ ହୋଇ ପହଁରୁଥିଲା ଶୀତ ।।

ସନ୍ଧ୍ୟା ସମୟରେ ହୁଣ୍ଡାଳ, ବିଲୁଆ ମାନଙ୍କ

ରଡ଼ିରେ ଥରି ଯାଉଥିଲା ଶୀତ

ଆଈର ଆଣ୍ଠୁଟେକା ସମ୍ବଲପୁରୀରେ କେବେ 

ପୁଣି ନୂଆଁ ବହୁର ଓଢ଼ଣା ରେ ଲୁଚେ ଶୀତ ।

ଅଜାଙ୍କ ନିଆଁ ଅନ୍ତୁଡ଼ାରେ ସକାଳଖିଆ ପାଇଁ 

ଆଳୁ,ବାଇଗଣ,ଟମାଟୋ, ସାଙ୍ଗକୁ 

ଶୁଖୁଆ ମାଛ ପୋଡ଼ୁଥିଲା ଶୀତ

ବଗିଚାରେ ମୋର ସବୁ ପନିପରିବା ସହିତ 

ଗେଣ୍ଡୁଫୁଲରେ ଭରି ଯାଇଥିଲା ଶୀତ ।।

ଶିମ୍ବ,କୋବି,ମୂଳା,ଶାରୁ,ମୁଗ,ବିରି,କୋଳଥ

ଆମ ଗାଁ ହାଟରେ ବିକୁଥିଲା ଶୀତ

ମକର ଚକୁଳି ସହିତ ଗୁଡ ରାଶି ଲଡୁ ଆଉ 

ଆମ୍ବ ବଉଳରେ ମିତ/ମକର ବସୁଥିଲା ଶୀତ ।

ନୂଆଁ ନୂଆଁ କଲେଜ ଗଲାବେଳେ ମେଚିଙ୍ଗ 

ରଙ୍ଗିନ ଡ୍ରେସରେ ଝଲସୁଥିଲା ଶୀତ

ମନ ତ ଉଡ଼ି ବୁଲୁଥିଲା ପ୍ରଜାପତି ହୋଇ

ଷୋଳ ସତର ବୟଷରେ ଗୁମୁରୁଥିଲା ଶୀତ ।।

କୁଣ୍ଡାପିଠା,ପାଲଲହଡ଼ା,ବାରିପଦା ପରେ 

ଦେବଗଡ଼ରେ ମୁଁ ଏବେ ବିତଉଛି କିଛି ଶୀତ

ମାର୍କେଟ ସଉଦା କିଣିବା ପାଇଁ ଦିନ ଦିପ୍ରହରେ  

ମୋ ସ୍କୁଟି ରେ ପଇଁତରା ମାରୁଥିଲା ଶୀତ ।

ବ୍ରାହ୍ମଣୀ ନଦୀର କାଲୁଆ ପବନର ଜାଡ଼ରେ 

ଦାନ୍ତ କଟକଟକରି ନିଆଁ ସେକି ହେଉଥିଲା ଶୀତ 

ଦେବଗଡ଼ର ପ୍ରଧାନପାଟରେ ନିର୍ଝରିଣି 

ଜଳପ୍ରପାତରୁ ଝରଝର ହୋଇ ଝରୁଥିଲା ଶୀତ ।।

ମା ପଧାନୀଙ୍କୁ ସବୁଦିନ ତିନି ପହରା

କାକରରେ ଭିଜେଇ ପୂଜା କରୁଥଲା ଶୀତ

ବସଷ୍ଟାଣ୍ଡର ପେଁ ପେଁ ଲୋକଭିଡ଼ ପୁଣି

ଡେଲି ମାର୍କେଟରେ ହୋ ହାଲ୍ଲା କରୁଥିଲା ଶୀତ ।

ଦେବଗଡ଼ ରାଜାଙ୍କ ମନ କିଣିବାପାଇଁ ଜରିପତ୍ର ଓ

କଦମ୍ବ ଫୁଲ ରେ ରାଜଉଆସ ସଜଉଥିଲା ଶୀତ 

ହବିଷ ଖାଦ୍ୟ ପାନୀୟ ସହିତ ମାସେ ଯାଏଁ

କାର୍ତ୍ତିକ ବୁଡ଼ରେ ବୁଡ଼ି ଯାଉଥିଲା ଶୀତ ।।

ଅଫିସ୍ କାମରେ ଅସ୍ତ ବ୍ୟସ୍ତ ହୋଇ ସତେକି 

ଦିନ ତମାମ ମୋ ଦେହରେ ଲୁଚି ଯାଉଥିଲା ଶୀତ

ଦିନରେ ଅଳ୍ପ ବହୁତେ ଖତେଇ ହୁଏ କିନ୍ତୁ

ରାତିରେ କମ୍ବଳ ଦେଖି ଡରିଯାଏ ଶୀତ ।

ଏମିତି ଋତୁର ପରିବର୍ତ୍ତନରେ ମୋ ଜୀବନେ

ପ୍ରତ୍ୟେକ ବର୍ଷ ଆସିଥାଏ ଶୀତ

ଗତ ବର୍ଷ କୋରୋନା ଭାଇରସ୍ କୁ ମୁକାବିଲା 

କରିବା ପାଇଁ ମୁଖାା ପିନ୍ଧି ଆସିଥିଲା ଶୀତ 

ଏଇବର୍ଷ ଆମ ଜୀବନକୁ ଦୁର୍ବିସହ କରିବା ପାଇଁ  

ଓମିକ୍ରନ ନାମରେ ଡରଉଛି ଶୀତ ।।




Rate this content
Log in

Similar oriya poem from Abstract