Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapaswini DashSarangi

Abstract Classics Children

4  

Tapaswini DashSarangi

Abstract Classics Children

ମୋ ଝିଅ ପାଇଁ ପଦେ

ମୋ ଝିଅ ପାଇଁ ପଦେ

1 min
193


ଏ ଭିତରେ ନଅ ବର୍ଷ ବିତିଗଲାଣି

ତୋ ସହିତ ଜନ୍ମ ନେଲା ଆଉ ଗୋଟେ

ନୂଆ ଜୀବନ 

ସେ ହେଉଛି ମୋର ମାତୃତ୍ଵ।

ମୋ ଦୁନିଆ ଝଲସି ଉଠୁଛି

ତୋର ଖିଲିଖିଲି ହସରେ

ତୋର ଅଳି ଅଝଟରେ ମୋ ଘର

ପୁରି ଉଠୁଛି।

ତୁ ଆସିଲୁ ଏ ଜୀବନର ବଗିଚାରେ

କୁନି ଫୁଲଟିଏ ହୋଇ

ମୁଁ ସାଇତିଲି ମୋର ଛୋଟିଆ ପଣତରେ

ସ୍ନେ୍ହ ମମତାର ପରଶ ଦେଇ।

ତୁ କାନ୍ଦୁଥିଲୁ ସେଦିନ ନିଜର 

ପରିଚୟର ଅନ୍ଵେଷଣରେ

ମୁଁ କାନ୍ଦିଥିଲି ପାଇଥିବା ମାତୃତ୍ଵର ପରିଚୟରେ।

ତୋ ଲୁହ ଥିଲା ଏକ ଅବୋଧ ଶିଶୁର

ମୋ ଲୁହ ଥିଲା ସ୍ଵର୍ଗସୁଖମୟ ମମତାର।

ଆସିବ କେତେ ନିଦାଘ

ଝାଞ୍ଜି ପବନର କାଳ ବୈଶାଖ ନେଇ

ବର୍ଷିବ କେତେ ଶ୍ରାବଣ

ମେଘର ତାଣ୍ଡବ ହୋଇ

ଖାଉଛି ପଣ ଏ ମାମା ତୋର

ରହିବ ତୋ ଆଗେ ମେଘନାଦ ପ୍ରାଚୀର ହୋଇ।



Rate this content
Log in

Similar oriya poem from Abstract