Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sasmita Das

Tragedy

2.8  

Sasmita Das

Tragedy

ମୋ ଜେଜେ ଙ୍କ ପାଦ

ମୋ ଜେଜେ ଙ୍କ ପାଦ

1 min
248


ଜେଜେ ମୋର ଯେତିକି ସୁନ୍ଦର

ତାଠୁ ଅଧିକ ସୁନ୍ଦର ଥିଲା,

ତମ୍ବା ପରି ଚିକ ଚିକ 

ଲମ୍ବା ଲମ୍ବା ପାଦ ଦୁଇଟା l

ଖୁବ ଚାଲୁଥାଏ ବିଲ ବାଡ଼ି ଠାରୁ

କୋର୍ଟ କଚେରି,ସଭା ସମିତି

ହାଟ ବଜାର, ଅଫିସ ବାଡ଼ି

ଧାଉଁ ଥାଏ ପାଦ ଦୁଇଟା l 

ମୋତେ କାଖେଇ ସ୍କୁଲନେବା ଆଣିବା

ବୋଝ ଟାକୁ ଖୁଵ ସମ୍ଭାଳି ନେଉ ଥିଲା

ସେଇ ସରଳ ପାଦ ଦୁଇଟା l

ଆଗକୁ ଆଗକୁ ଯାଉଥିଲା 

ପଛକୁ କେବେ ଫେରୁ ନଥିଲା

ସେଇ ଶୁଭ ପାଦ ଦୁଇଟା l

ସଫଳତାର ପାହାଚ ଚଢ଼ୁଥିଲା

ମୋର ପ୍ରିୟ ପାଦ ଦୁଇଟା l

କେବେ ବି ଥକି ନଥିଲା,

ଉଜ୍ୱଳତା ବି କମି ନଥିଲା 

ଚଳଚଞ୍ଚଳ ପାଦ ଦୁଇଟା ଥକି ଗଲା

ଯେଉଁ ଦିନ ଜେଜେ ମୋର ନିରବୀ ଗଲେ....


Rate this content
Log in