STORYMIRROR

Prasanta kumar Hota

Inspirational

3  

Prasanta kumar Hota

Inspirational

ମୋ ଇଛା

ମୋ ଇଛା

1 min
14.1K


ବଡ ହେବି ଯଦି ପୂର୍ଣ୍ଣ ଚନ୍ଦ୍ର ପରି ଆଉ କି ପାରିବି ବଢି

ଫୁଟିଲା ଫୁଲ କି ଫୁଟେ ଆଉଥରେ ଫୁଟେ ସିନା ଫୁଲ କାଢି

ମହୋଦଧି ପରେ ଜଳ ବରଷିଲେ ଉଛୁଳି ପଡେ କି ଆଉ

ନଦୀ ନାଳ ସିନା ଉଛୁଳି ପଡିବ ବରଷା ସାଧିଲେ ଦାଉ

ଧନ ବଢିଗଲେ ଧନୀର କି ଲାଭ ବଦଳେ କି ସ୍ଥିତି ତାର

ଗରିବର ଧନ ବଢୁଥିଲେ ସିନା ପ୍ରଗତି ହୁଏ ଦେଶର

ସୁଖ ଦୁଃଖ ଯାହା କପାଳ ଲିଖନ ଆନ ନୁହେଁ ବୋଲି କୁହ

ଭାଗ୍ୟ କୁ ଆଦରି ପଡିବେ କି ଜନେ ଜଳେ ଯଥା ଜଳରୁହ

ତୁମେ ତ କହିଛ କର୍ମ ଲକ୍ଷ ଯାର ଜୀବନ ମହତ ରଖେ

ଭାଗ୍ୟ କୁ ଆଦରି ପଡିବି କିମ୍ପାଇ ଭାଗ୍ୟ କିବା ମାନ ଟେକେ

ସବୁରି କରମେ ଭକତି ଯେ ମୂଳ ସେଥି ପାଇଁ ତୋତେ ଡାକେ

ଡାକରେ ଭକତି ତୁଛ ମନେହେଲେ ତତେ କିମ୍ପା ଏତେ ବାଧେ

କରମ କରୁଛି ଭକ୍ତି ରସ ଦେଇ ସାହା ଦେବୁ ବୋଲି ଟିକେ

ଏତେ ହତାଦର ଭାଗ୍ୟେ ଅଛି ବୋଲି ଆସିବୁ ନାହିଁ କି ପାଖେ

ଯାହାକୁ ଦେଉଛୁ ତୋର ଇଚ୍ଛା ମତେ ତାର ସେଥି କିବା ଲାଭ

ତାର ଇଚ୍ଛା ଯାହା ଦେଉଥିଲେ ତାହା ହେବ ସିନା ଗଉରବ…..

ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational