STORYMIRROR

Prasanta kumar Hota

Inspirational

3  

Prasanta kumar Hota

Inspirational

ମୋ ଇଛା

ମୋ ଇଛା

1 min
14K


ବଡ ହେବି ଯଦି ପୂର୍ଣ୍ଣ ଚନ୍ଦ୍ର ପରି ଆଉ କି ପାରିବି ବଢି

ଫୁଟିଲା ଫୁଲ କି ଫୁଟେ ଆଉଥରେ ଫୁଟେ ସିନା ଫୁଲ କାଢି

ମହୋଦଧି ପରେ ଜଳ ବରଷିଲେ ଉଛୁଳି ପଡେ କି ଆଉ

ନଦୀ ନାଳ ସିନା ଉଛୁଳି ପଡିବ ବରଷା ସାଧିଲେ ଦାଉ

ଧନ ବଢିଗଲେ ଧନୀର କି ଲାଭ ବଦଳେ କି ସ୍ଥିତି ତାର

ଗରିବର ଧନ ବଢୁଥିଲେ ସିନା ପ୍ରଗତି ହୁଏ ଦେଶର

ସୁଖ ଦୁଃଖ ଯାହା କପାଳ ଲିଖନ ଆନ ନୁହେଁ ବୋଲି କୁହ

ଭାଗ୍ୟ କୁ ଆଦରି ପଡିବେ କି ଜନେ ଜଳେ ଯଥା ଜଳରୁହ

ତୁମେ ତ କହିଛ କର୍ମ ଲକ୍ଷ ଯାର ଜୀବନ ମହତ ରଖେ

ଭାଗ୍ୟ କୁ ଆଦରି ପଡିବି କିମ୍ପାଇ ଭାଗ୍ୟ କିବା ମାନ ଟେକେ

ସବୁରି କରମେ ଭକତି ଯେ ମୂଳ ସେଥି ପାଇଁ ତୋତେ ଡାକେ

ଡାକରେ ଭକତି ତୁଛ ମନେହେଲେ ତତେ କିମ୍ପା ଏତେ ବାଧେ

କରମ କରୁଛି ଭକ୍ତି ରସ ଦେଇ ସାହା ଦେବୁ ବୋଲି ଟିକେ

ଏତେ ହତାଦର ଭାଗ୍ୟେ ଅଛି ବୋଲି ଆସିବୁ ନାହିଁ କି ପାଖେ

ଯାହାକୁ ଦେଉଛୁ ତୋର ଇଚ୍ଛା ମତେ ତାର ସେଥି କିବା ଲାଭ

ତାର ଇଚ୍ଛା ଯାହା ଦେଉଥିଲେ ତାହା ହେବ ସିନା ଗଉରବ…..

ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya poem from Inspirational