Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hemanta kumar Sahoo

Inspirational

3  

Hemanta kumar Sahoo

Inspirational

ମୋ ହୃଦୟ ତୋ ଖେଳଘର

ମୋ ହୃଦୟ ତୋ ଖେଳଘର

1 min
175



ହୃଦୟର ବତୀ ଜାଳିଦେଲି ପ୍ରଭୁ 

ଅନ୍ଧାର ରଖିବି ନାହିଁ

ତୋର ଆଲୋକରେ ଆଲୋକିତ ହେବି

ତୋ ଜଣାଣ ଗାଇ ଗାଇ ।।

ହୃଦୟ ମନ୍ଦିର ଖୋଲା ରଖିଥିବି

କେବେ ତୁ ଆସିବୁ ବୋଲି 

ସଜ ଫୁଲ ସବୁ ତୋଳି ରଖିଥିବି

ତୋତେ ପିନ୍ଧାଇବି ବୋଲି ।।

ହୃଦୟ କାନ୍ଦୁଛି ତୋ ପାଇଁ ଧନ 

ଟିକିଏ ଆଶିଷ ପାଇଁ

ତୋ କରୁଣା ଧନ ପାଇଗଲେ ଥରେ 

ଆଉ କିଛି ଲୋଡା ନାହିଁ।।

ହୃଦୟକୁ ସଦା ପରିସ୍କାର କରି 

ଅତର ଦେଇଛି ଛିଞ୍ଚି 

ଆସିଲେ ମୋ ଧନ ଅଶାନ୍ତି ହେବନି 

ଅଙ୍ଗୁ ଝାଳ ଦେବି ପୋଛି ।।

ହୃଦୟ ଅଶାନ୍ତ ରହିଲେ ଧନରେ 

କାର୍ଯ୍ୟେ କି ଲାଗିବ ମନ 

ଅପଥରେ ପାଦ ପଡ଼ିଯିବ କାଳେ 

କେତେ ରଖିବି ମୁଁ ଧ୍ୟାନ ?

ହୃଦୟର କଥା ହୃଦୟୀ ହିଁ ଜାଣେ 

ଆଉ କେ ଜାଣିବ କହ 

ତୋ ପରି ପ୍ରଭୁ ଥାଉଁ ଥାଉଁ ମୋର 

କାହିଁକି ମୋଡିବି ମୁହଁ !!

ହୃଦୟ ତୋହର ତୁ ହୃଦୟର 

ଯେବେଳେ ବସିବୁ ବସ 

ହୃଦୟ ଚାହିଁଛି କେତେବେଳେ ଯଦି 

ସମୟ ହୋଇବ ଶେଷ ?

ହୃଦୟକୁ ବାଧା ଦେବୁନି କହୁଛି 

ତୋତେ ହିଁ କଷ୍ଟ ଲାଗିବ 

ହୃଦୟ କନ୍ଦର ତୋର ଖେଳଘର

ଯାହା ତୋ ମନେ ଆସିବ !!!



Rate this content
Log in

Similar oriya poem from Inspirational