Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Children

4  

Geetanjali Prusty

Children

ମୋ ଘର ମୋ ଗାଁଆ

ମୋ ଘର ମୋ ଗାଁଆ

1 min
402


ଏଇଟି ଆମର ଛୋଟିଆ ଘର

ମା' ବାପା ମୋର ଭାରି ସୁନ୍ଦର ।


ଏଇଠି ଅଛନ୍ତି ମୋ ଜେଜେ ବାପା

ମୋ ଭାଇ ଭଉଣୀ ଜେଜେମା' ଅପା ।


ମିଳି ମିଶି ଆମେ ଏକାଠି ଚଳୁ

ସଭିଙ୍କୁ ଦେଖୁଛି ପିଲାଟି ବେଳୁ ।


ନିତି ସଞ୍ଜ ବେଳେ ଚଉରା ମୂଳେ

ହାତ ଗୋଡ଼ ଧୋଇ ଦୀପ ମୁଁ ଜାଳେ ।


ଭାରି ଅପଣାର ମୋ ଗାଁ'ଦାଣ୍ଡ

ସାନ ବଡ଼ ଏଠି ହୁଅନ୍ତି ରୁଣ୍ଡ ।


ଜାତି ଜାତି ଫୁଲ ଏଇଠି ଫୁଟେ

ନାଲି କଇଁ ଫୁଟି ପାଣିରେ ଲୋଟେ ।


ପାଖ ତାଳବଣ ବାଇଆ ବସା

ଗୀତ ଗାଇ ଫେରେ ବିଲରୁ ଚଷା ।


ଆହାକି ସୁନ୍ଦର ଏଇ ମୋ ଗାଁଆ

ବଡ଼ ହୋଇ ତାର ରଖିବି ନାଆଁ ।


ତାର ନଦୀ ନାଳ ଗହୀର ବିଲ

ସତେକି ଶୋଭାର ରୂପ ମହଲ ।


ଚିର ସବୁଜିମା ଧୀର ପବନ

ମୋହି ନିଏ ମୋର ବାଳୁତ ମନ ।


ନାହିଁ ଏଠି ପର ଆପଣା ଭାବ

ଆମେ ତା ସନ୍ତାନ ଗର୍ବ ଗୌରବ ।


Rate this content
Log in

Similar oriya poem from Children