Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.Siddheswar Behera

Others Children

3  

Mr.Siddheswar Behera

Others Children

କେମିତି ଖେଳିବ ହୋଲି

କେମିତି ଖେଳିବ ହୋଲି

1 min
238


ଆଣିଥିଲେ ବାପା ବୁବୁନୁପାଇଁ ଏକ ପିଚକାରୀ 

ଅଳି କରିଥିଲା ବୋଲି ।

ପାଖେ ପିଚକାରୀ ରଖି ବୁବୁନୁ ଶୋଇଛି 

ଉଠିଲେ ଖେଳିବ ହୋଲି ।।


କୃତ୍ରିମ ରଙ୍ଗରେ ହୋଲି ଖେଳିବା ପାଇଁ 

ବାପା କରିଥିଲେ ତାଗିଦ ।

ହର୍ବାଲ ରଙ୍ଗରେ ହୋଲି ଖେଳିବ ବୋଲି 

କଥା ଦେଇଥିଲା ସେ ଆଗ ।।


ଟିଭିରୁ ଦେଖିଛି ଚାରିଆଡେ ଖାଲି ଏବେ

କରୋନା ଭୂତାଣୁ ଭୟ ।

କେମିତି ଖେଳିବ ବୁବୁନୁ ହୋଲିରେ ରଙ୍ଗ

ମନ ହୁଏ ତାର ଅଥୟ ।।


କୃତ୍ରିମ ରଙ୍ଗକୁ କାଳେ କିଏ ବୋଳିଦେବ 

ମନେ ଯାତ ହୁଏ ସଂକା ।

ଚାଇନାରୁ କାଳେ ସେ ରଙ୍ଗ ଆସିଥିବ

ଥାଏ କରୋନା ଆଶଂକା ।।


ପ୍ରକୃତି ରଙ୍ଗର ପସରା ଦେଇଛି ଖୋଲି 

ରଙ୍ଗୀନ୍ ଫୁଲ ରୂପରେ ।

ଖେଳିବା ହୋଲି ହଳଦୀ,ଗୁଣ୍ଡ ଫୁଲରେ 

କୃତ୍ରିମ ରଙ୍ଗ ବଦଳରେ ।।


ଯାହାବି ହେଉ ଏହି ପବିତ୍ର ଉତ୍ସବରେ 

ରାଗ, ଅଭିମାନ ଭୂଲି ।

ମଥାରେ ହଳଦୀ ଟିପା ଫୁଲଗୁଣ୍ଡ ଛିଞ୍ଚି 

ସଭିଏଁ ଖେଳିବା ହୋଲି ।।



Rate this content
Log in