STORYMIRROR

DILIP KUMAR SAHOO

Children

3  

DILIP KUMAR SAHOO

Children

ବାପୁଜୀଙ୍କ ବାଣୀ

ବାପୁଜୀଙ୍କ ବାଣୀ

1 min
283


  ଶାନ୍ତି କପୋତ ଚଉଦିଗେ ଉଡି

    ସବୁରି କାନରେ କହେ

  ବାପୁଙ୍କ ବିଚାର ସାରା ଦୁନିଆକୁ

      ଶାନ୍ତିର ବାରତା ଦିଏ..

   

 ସବୁ ହୃଦୟକୁ ବିଭୋର କରଇ

    ବାପୁଜୀଙ୍କ ହିତ ବାଣୀ

ଏକତାର ମନ୍ତ୍ରେ ଅହିଂସାର ସୂତ୍ରେ

   ଶତ୍ରୁ କୁ ପାରିବା ଜିଣି

 ସ୍ନେହ ମମତାରେ କଅଁଳ କଥାରେ

    ବଈରୀ ଆପଣା ହୁଏ 

    ବାପୁଜୀଙ୍କ ବାଣୀ କହେ...


ସ୍ବଛତାର କଥା ସୁଖର ବାରତ୍ତା

     ସୁସ୍ଥ ରହିବାର ରାହା

ଭୁଲି ଉଚ୍ଚ ନୀଚ୍ଚ   ମନ କର ସ୍ବଛ

    ଜୀବନ ଲାଗିବ ନୂଆ

ଛୁଆଁ ଅଛୁଆଁ ର  ଭେଦ ଦୂରହେଲେ

     ଦୁନିଆ ମହକି ଥାଏ

    ବାପୁଜୀଙ୍କ ବାଣୀ କହେ...


କହିବାନି ଜମା କେବେତ କାହାକୁ

   ଦୁଃଖ ଦେଲାଭଳି କଥା

ମନ୍ଦ କାମ ଯଦି କରୁଥାଏ କିଏ

   ବୁଜିଦେବା ଆଖିପତା

 କାନ ଦେବାନାହିଁ ମନ୍ଦ କଥା ଯଦି

   କହୁଥାଏ ପରା କିଏ 

   ବାପୁଜୀଙ୍କ ବାଣୀ କହେ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children