STORYMIRROR

DILIP KUMAR SAHOO

Children

3  

DILIP KUMAR SAHOO

Children

ସଭିଙ୍କ ଗେହ୍ଲା

ସଭିଙ୍କ ଗେହ୍ଲା

1 min
212


 ସହଳ ଶୁଏ ମୁଁ ସହଳ ଉଠେ

  ହେଳା କରେ ନାହିଁ କେବେ ମୁଁ ପାଠେ

         ଖାଇବା ଆଗରୁ ଧୁଏ ମୁଁ ହାତ

         ଖାଇସାରି ପୁଣି ଘଷଇ ଦାନ୍ତ

   ଭାରି ଭଲ ଲାଗେ ପନିପରିବା

    ଶାଗ ମୁଗ ଆଉ ସନ୍ତୁଳା ଭଜା

        ମାଆ ହାତ ରନ୍ଧା ବଢିଆ ଲାଗେ

        ହାତ ଚାଟି ଖାଏ ଆହୁରି ମାଗେ   

   ଭାତ ପିଠା ମିଠା ଅବା ଚକୁଳି

    ଚୋବାଇ ଖାଏ ମୁଁ ଦିଏନି ଗିଳି

         ଖାଏ ନାହିଁ ଜମା ଟିଭିକୁ ଚାହିଁ

         ମାଛିବସା ଖାଦ୍ୟ ମୁଁ ଛୁଏଁ ନାହିଁ    

    ବଜାରରୁ କିଛି ଖାଏନି କଣି        

     ସୁଆଦିଆ ସିନା ରୋଗର ଖଣି   

         ହୁଏନାହିଁ ଜମା କେବେ ଚଗଲା

         ସେଥିପାଇଁ ମୁଁ ତ ସଭିଙ୍କ ଗେହ୍ଲା


   

     

        

           

    

           

    

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children