STORYMIRROR

KRUTIBAS NAYAK

Inspirational Children

3  

KRUTIBAS NAYAK

Inspirational Children

ଆମ ବାପା ମାଆ

ଆମ ବାପା ମାଆ

1 min
253


ଆମ ବାପା ମାଆ ଆମରି ପାଇଁ ବଡ଼ଠାକୁର,

ଆମ ମାତୃଭୂମି ସଭିଙ୍କ ପାଇଁ ସରଗପୁର ।।୧।


ଆମ ମାତୄଭାଷା ଲାଗୁଛି ମୋତେ ଭାରି ମଧୁର,

ଆମ ଗାଆଁଲୋକେ ଆମକୁ କରୁଛନ୍ତି ଆଦର । ।୨।


ଆମଘର ଛୋଟହେଲେ ବି ଅଛି ସଫା ସୁତର,

ଆମ ବଗିଚାରେ ଫୁଟିଛି ଫୁଲ ଅତି ସୁନ୍ଦର । ।୩।


ଆମ ପଡ଼ିଶାର ପିଲାଏ ମୋର ଭାଇ ଭଉଣୀ,

ଆମଅଜା-ଆଈ ଶୁଣାନ୍ତି କେତେ ନୂଆ କାହାଣୀ । । ୪।


ଆମ ଆମ୍ବତୋଟା ପଡ଼ିଆ ବିଲ ନଈ ପୋଖରୀ,

ଆମପୁଷି ଭାରି ଗେହ୍ଲେଇ ପ୍ରିୟ କୁନି ବାଛୁରୀ।। ୫।


ଆମମାଆ ହାତ ତିଆରି ଖାଦ୍ୟ ଭାରି ସୁଆଦ,

ଆମ ଠାକୁରାଣୀ ବିଶ୍ୱାସ ଭରସା ଦିଅନ୍ତି ସୁଖ ସମ୍ପଦ । ।୬।



Rate this content
Log in

Similar oriya poem from Inspirational