STORYMIRROR

Durjyodhan Barik

Children

3  

Durjyodhan Barik

Children

ବଗ ବିଲୁଆ

ବଗ ବିଲୁଆ

1 min
295

          

ସପଟିଏ ପାରି ଜେଜେ ବସିଲେ

ଆସ ଆସ ପିଲେ ଡାକ ଛାଡିଲେ ।


ସବୁ ପିଲାମାନେ ଦଉଡ଼ି ଆସି

ଗପ କୁହ ଜେଜେ ଖୁସିରେ ବସି।


ତାହା ପରେ ଜେଜେ ଆରମ୍ଭ କଲେ

ବଗ ବିଲୁଆର ଗପ କହିଲେ ।


ବଗ ବିଲୁଆ ଯେ ବନ୍ଧୁ ଦୁଇଟି

ବିଚାର କରିଲେ ବସି ଏକାଠି ।


ବିଲୁଆ କହିଲା ବଗକୁ ଚାହିଁ

କାଲି ଆମ ଘରେ ଆସିବ ଭାଇ ।


ଦୁଇ ବନ୍ଧୁ ମିଶି ଖାଇବା ଆମେ 

କେତେ ଖୁସି ହେବ ଖାଇଣ ତୁମେ।


ଯଥା ସମୟରେ ବଗଟି ଆସେ

ଖାଇବା ସୁଗନ୍ଧ ଦୂରକୁ ବାସେ।


ଥାଳିରେ ବିଲୁଆ ଆଣିଲା ଖାଦ୍ୟ

ସାଙ୍ଗରେ ଖାଇବା କରିଲା ବାଧ୍ୟ।


ଥାଳିରେ କି ବଗ ପାରିବ ଖାଇ ?

ବିଲୁଆ ମୁହଁକୁ ରହିଲା ଚାହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children