ସ୍ନେହର ବନ୍ଧନ
ସ୍ନେହର ବନ୍ଧନ
ରାକ୍ଷୀ ଅଟେ ଏକ ପବିତ୍ର ବନ୍ଧନ ,
ଭାଇ ଭଉଣୀଙ୍କ ସେନେହର ଅମୂଲ୍ୟ ଅପରୂପ ବନ୍ଧନ ।
ଶ୍ରାବଣ ପୂର୍ଣ୍ଣମେ ଶ୍ରୀ ବଳଭଦ୍ରଙ୍କ ଜନ୍ମଦିନେ,
ପାଳୁଛି ପାଳୁଥିବ ସାରା ସଂସାର ଭାଇ ଭଉଣୀଙ୍କ ଏ ପରବ ।
ଦିପ, ଧୂପ ,ଫୁଲ ଥାଳିରେ ସଜାଇ,
ସେନେହ ସୁତାର ମାମତର ମାଳି ଭଉଣୀ ଦିଏ ଭାଇ ହାତେ ବାନ୍ଧି ।
ଭଉଣୀ କାମନା କରେ ଭାଇର ମଙ୍ଗଳ,
ଭାଇ ଦିଏ ଭଉଣୀକୁ ଉପହାର, ତ ସୁରକ୍ଷା ପାଇ ଦେଇ ବଚନ ।
ଛୋଟ ବେଳୁ ଆମେ ସାଙ୍ଗରେ ଅଛୁ , ସାଇତି ରଖି ମନେ ଅନେକ ସ୍ମୃତି ।
ଭାଇର ସଫଳତା ଆଶା କରୁଛି , ମୋ ଭାଇ ଯାଉ ଜଗତ ଜିତି ।
