STORYMIRROR

Purna chandra Rana

Children

3  

Purna chandra Rana

Children

ମାଟି ମାଆ

ମାଟି ମାଆ

1 min
202


ସୁନ୍ଦର ମୋ ଗାଆଁ ସୁନ୍ଦର ମୋ ରାଜ୍ୟ

ସୁନ୍ଦର ମୋର ଏ ଦେଶ

ସବୁଜେ ସୁନ୍ଦରେ ଭରିଛି ଏ ଧରା 

ରଖିବା ତାହାର ଯଶ ।୧


ମୋ ଗାଆଁରେ ଅଛି ଛୋଟିଆ ମନ୍ଦିର

ମୋ ରାଇଜେ ଜଗନ୍ନାଥ

ମୋ ଦେଶେ ଈଶ୍ୱର ପାଉଛନ୍ତି ପୂଜା

ପ୍ରଭୂ ଯେ ଆମ ସୁପଥ ।୨


ପ୍ରାଚୀ ପ୍ରଦେଶରୁ ଆସନ୍ତି ତପନ

ପ୍ରଭାତ ହୁଏ ଆରମ୍ଭ

ପ୍ରତିଚୀରେ ରବି କରନ୍ତି ଯେ ବାସ

ଦିବା ଯେ ହୁଅଇ ଅନ୍ତ ।୩


ମୋର ମାଟି ମାଆ ମୋ ପାଇଁ ସୁନ୍ଦର

ତା କୋଳେ ଅଛି ଶରଧା

ତା'ର ସେବା ଆମେ କରିଲେ ଜୀବନେ

ପାଇବାନି କେବେ ବାଧା ।୪


ପାଇଛି ଜନମ ତା'ର ସେବା ପାଇଁ

ଜୀବନେ କରିବି ସେବା

ତା ସ୍ନେହ ଶରଧା ରଖିବି ଆଦରେ

କରୁଥିବି ତା'ର ପୂଜା ।୫


ଅମୃତରେ ଭରା ମୋର ଏ ରାଇଜ

ଅମୃତେ ରହିବା ଲିପ୍ତ

ଜହରକୁ କେବେ ନ ଦେବା ପ୍ରଶ୍ରୟ

ନେବା ଯେ ଆମେ ଶପଥ ।୬


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children