STORYMIRROR

Anita Jena

Children

3  

Anita Jena

Children

ବାଜି ରାଉତ

ବାଜି ରାଉତ

1 min
245

ବାର ବର୍ଷର ବାଳକ

    ସେ ତ ବାଜି ରାଉତ,

ନିଳକଣ୍ଠପୁର ଗ୍ରାମରେ ଜନ୍ମ

   ଜାତିରେ ଖଣ୍ଡାୟତ । 


ଜୀବିକା ନିର୍ବାହ କରେ ନଦୀରେ

     ନଉକା ଚଳାଇ ,

ଘରେ ବୁଢୀ ମାଆ ଧାନ କୁଟି 

   ପେଟ ପାଟଣା ପାଳଇ ।


ମଫସଲ ଅଞ୍ଚଳରେ ପ୍ରଜାମଣ୍ଡଳ ପାଇଁ

      ନ ଥିଲା ଆଦେଶ,

ଆଦେଶକୁ ଭ୍ରୂକ୍ଷେପ ନ କରି

  ହୋଇ ଥିଲା ସଭାର ଆୟୋଜନ । 


ସଭାକୁ ରୋକିବା ନିମନ୍ତେ ଆସିଲେ

     ପୋଲିସ୍ ଫଉଜ ,

ନାନା ଧମକ ଚମକ ସତ୍ତ୍ୱେ

   ଚାଲିଲା ସଭା କାର୍ଯ୍ୟ । 


ଭୁବନ ଗ୍ରାମରେ କରି

    ସାରି ଗୁଳି କାଣ୍ଡ,

ପୋଲିସ୍ ଆସିଲେ ଏଥର 

      ନୀଳକଣ୍ଠପୁର ।


ଘାଟରେ ପହଞ୍ଚି ହେବା ପାଇଁ ନଦୀ ପାର 

  ଘାଟରେ ଥିଲା ସେଦିନ

   ବାଜିଆର ପହରା ଦିନ,

ପ୍ରଜା ମଣ୍ଡଳର ସାଜି ଥିଲା ସେ ସିପାହୀ

   ବୟସରେ ହେଲେ ସୁଦ୍ଧା ସାନ । 


ଭୁବନ ଗାଆଁରେ କରି ଗୁଳି କାଣ୍ଡ

   ସେଦିନ ରାତିରେ ପୁଲିସ ଫଉଜ,

ନଈ ପାର କରିବାକୁ ବାଜିଆକୁ

    ଦେଲେ ହେଁ ଆଦେଶ । 


ସାହସୀ ବାଜିଆ ଦେଲା ଜବାବ

   ପ୍ରଜା ମଣ୍ଡଳର ନାହିଁ ହୁକୁମ,

ନଈ ପାର ନ କରି ବାଜିଆ

   ସାଜିଲା ତାଙ୍କ ଦୁଶମନ୍ ।


ଚିତ୍କାର ଶୁଣି ଧାଇଁ ଆସିଲେ

     ଟାଣୁଆ କର୍ମୀ,

ଅଣ୍ଟାରେ ଡଙ୍ଗା ଦଉଡ଼ିକୁ

     ଦେଲେ ଯେ ବାନ୍ଧି । 


ଛୁରୀରେ କାଟି ଡଙ୍ଗା ଦଉଡି

   ମଝି ନଈରୁ ଛାଡ଼ିଲେ ଗୁଳି,

ଗଛ କାଟିଲା ପରି ବାଜିଆ

    ଭୂଇଁରେ ଗଲା ତ ଟଳି । 


ବୀର ଦର୍ପରେ ଗୁଳି ଖାଇଲା

    ନିଜ ମାତୃଭୂମି ପାଇଁ,

ସାନ ପିଲା ବାଜିଆ ମନେ ରହିବ

   ସଦା ଅମର ହେଇ । । । ।


Rate this content
Log in

Similar oriya poem from Children