STORYMIRROR

DILIP KUMAR SAHOO

Children

3  

DILIP KUMAR SAHOO

Children

ପ୍ରଣତି ଘେନହେଲୌହ ମାନବ

ପ୍ରଣତି ଘେନହେଲୌହ ମାନବ

1 min
224


 ପ୍ରଣତି ଘେନହେ ଲୌହ ମାନବ

ଜାତି ଗଉରବ ମାଟିର ଗର୍ବ

ତୁମ ଲାଗି ଆଜି ଏକ ଭାରତ

ଶ୍ରେଷ୍ଠ ଭାରତ ହେଲା ସମ୍ଭବ

ପ୍ରଣତି ଘେନହେ ଲୌହ ମାନବ..


ନୀଳ ଚାଷୀଙ୍କର ସରଦାର ସାଜି 

ବର୍ଦ୍ଦୋଳି ମାଟି ଥରାଇ ଦେଲ

ଗାନ୍ଧୀ ମହାତ୍ମାଙ୍କ ପଥ ଅନୁସରି

ମୁକ୍ତି ସଙ୍ଗ୍ରାମର ସାରଥୀ ହେଲ

ବଇରୀ ଗରବ ଚୁନା କରିଥିଲା

ତୁମ ଦମ୍ଭ ତୁମ ଦୃଢ ଜବାବ

 .ପ୍ରଣତି ଘେନହେ ଲୌହ ମାନବ...


ତୁମ ଯୋଗୁ ବିନା ଯୁଦ୍ଧ ରକ୍ତପାତେ

ଗଡଜାତ ସବୁ ଏକାଠି ହେଲା

କାଶ୍ମୀର ଠାରୁ କୁମାରୀକା ଯାଏ

ସୁନ୍ଦର ଭାରତ ସ୍ବରୂପ ନେଲା

ନୂତନ ଭାରତ ସ୍ଥପତି ତୁମେ ତ             

ମାଟିରେ ମହକେ ତୁମ ସୌରଭ

ପ୍ରଣତି ଘେନହେ ଲୌହ ମାନବ...


ତୁମର ସଙ୍କଳ୍ପ ଦକ୍ଷତା ତୁମର

ତୁମ ଦେଶ ପ୍ରିତି ତୁମ ଆଦର୍ଶ

ଦେଶର ଏକତା ଦୃଢ ରଖିବାକୁ

ଦେଶବାସୀଙ୍କୁତ ଦିଏ ସନ୍ଦେଶ 

ସବୁରି ହୃଦୟ ଜିଣି ପାରିଥିଲା

ତୁମରି ସରଳ ଶାନ୍ତ ସ୍ବଭାବ

ପ୍ରଣତି ଘେନହେ ଲୌହ ମାନବ...








Rate this content
Log in

Similar oriya poem from Children