STORYMIRROR

Arundhati Jena

Abstract Children

3  

Arundhati Jena

Abstract Children

ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

1 min
173

        

   ଆଜି ଇନ୍ଦ୍ରଧନୁ ବି ପ୍ରେମ ର

              ସେ ସାତରଙ୍ଗ ଆଙ୍କୁଛି

  ହେଲେ ବି ମନରେ କେଜାଣି କାହିଁକି

              ଫରକ ପଡେନା କିଛି।

  ପ୍ରେମ ର ରଙ୍ଗରେ ରଙ୍ଗେଇ ହେବାକୁ

                ସମୟ ତ ମିଳେ ନାହିଁ

 ଚାରି କାନ୍ଥ ଭିତରେ ବନ୍ଧା ଏ ଜୀବନ

             ମନ ହୁଏ ହାଇଁପାଇଁ।

  ମନେ ପଡେ ଆଜି ଆଷାଢ଼ ମାସର

         ପହିଲି ବରଷା କଥା

  ଭିଜା ମାଟି ବାସ୍ନା ସାତ ସପନ ଯେ

        ଝୁରୁଛି ମୁଁ ମୋ ଗାଆଁ ରାସ୍ତା। 

  କାଗଜ ଡଙ୍ଗା ଯେ କେତେ ମୁଁ ଭସାଏ

          ବରଷା ରେ ଓଦା ହେଇ

  ମାଆ ରାଗୁଥାଏ କେତେ ଗାଳି ଦିଏ

         ତଥାପି ମୁଁ ଶୁଣେ ନାହିଁ।

  ଗରମା ଗରମ ପକୁଡିର ବାସ୍ନା

              ଗୋଲମରିଚ ରେ ଚାଆ

  ମାଆ ହାତରନ୍ଧା ନିତି ଝୁରି ହୁଏ

             କରନ୍ତିନି କେହି ଆହା।

  ଥଣ୍ଡା ଯେବେ ହୁଏ ମାଆ ମୋର ପାଦେ

                ଗରମ ତେଲ କୁ ଘଷେ

   ଆଜି ଯଦି ମୋର ଦେହ ଖରାପ ହୁଏ

              କାହାର କି ଯାଏ ଆସେ।

  ପରିବର୍ତ୍ତନ ର ରାସ୍ତା ରେ ଚାଲିଛି

         ଜୀବନ ଜିଇଁବା ପାଇଁ

   କଅଣ କରିବି ଅଭୁଲା ସ୍ମୃତି କୁ

          ମୁଁ ଯେ ଭୁଲି ପାରେନାହିଁ।

   ସେ ସ୍ମୃତି ର ମିଠା ଦରଜ କୁ କେତେ

                ମନ ମୋର ଝୁରି ହୁଏ

   ମୁଁ ଉପାୟ ଶୂନ୍ଯ ନିରବ ନିଶ୍ଚଳ

                ମନ ମୋର କାନ୍ଦୁଥାଏ।

  କାନ୍ଦିଲେ ବି କେତେ କିଏ ଯେ ଦେଖିବ

              ସବୁ ପରା ସ୍ୱାର୍ଥପର

   ତୁମ ଦ୍ବାରା କାମ ସଭିଏଁ କରନ୍ତି

              ସରିଗଲା ପରେ ପର।

              

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract