Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Inspirational

2  

Writer Roja Panda

Inspirational

ମୋ ଗେହ୍ଲି ମାଆ

ମୋ ଗେହ୍ଲି ମାଆ

1 min
7.0K




ମା ଜାଣିନି କାହିଁକି ଆଜି ତୋ କଥା ବହୁତ ମନେପଡେ

ହଜାରେ ଭିଡରେ ରହି ବି ମନ ଖାଲି ମୋର ତତେ ଝୁରେ I

ଜାଣିନି କେତେ ଜନ୍ମ ମତେ କରିବାକୁ ହେବ ଅପେକ୍ଷା

ଦେଖିବାକୁ ତୋର ମୁହଁ

ଆତ୍ମା ମୋ କାନ୍ଦୁଚି ପ୍ରତି ମୁହୁର୍ତରେ ତୋପାଇଁ

ଛାତିରେ ମୋର ଜମାଟ ବାନ୍ଧିଚି କୋହ I

ଜାଣିଥାନ୍ତି ଯଦି କାହାର ଛଳନା ଭରା ପ୍ରେମ

କରିଦେବ ମତେ ଅଲଗା ତୋଠାରୁ ଏତେ

ସମ୍ପର୍କର ସେଇ ପବିତ୍ର ସେତୁ

ବାନ୍ଧି ମୁଁ ନଥାନ୍ତି କେବେ

ପ୍ରହସନ ମିଳୁ ଯେତେ I

ଆଜି ମୁଁ ନୀରବେ କାନ୍ଦୁଚି ବସିକି

ନାହିଁ କେହି ଆପଣାର

ଦୁଃଖ ଶୁଣିବାକୁ କେହି ଜଣେ ନାହିଁ

ସବୁତ ଏଠି ମୋ ପର I

ମା ଲୋ ମା , ମୋ ଗେହ୍ଲି ମା

ସ୍ୱାର୍ଥପର ଏଇ ଦୁନିଆଁ ଭିତରେ

ତୁହି ତ ଏକା ମୋ ନିଜର

ହଜାରେ ଲୋକଙ୍କ ମିଛ ସ୍ନେହ ଭିତରେ

ତୋ ସ୍ନେହ ଏକା ନିସ୍ଵାର୍ଥପର I



ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ,

ନେତାଜୀ ନଗର, ମଧୁପାଟଣା,

କଟକ- ୭୫ ୩୦ ୧୦

E Mail-roja.saumya@gmail.com



Rate this content
Log in

Similar oriya poem from Inspirational