STORYMIRROR

Shashanka sekhar Ray

Tragedy

3  

Shashanka sekhar Ray

Tragedy

ମୋ ଗାଁ

ମୋ ଗାଁ

1 min
416


ନୂଆଁଣିଆ ଚାଳଘରର ଧୂସରିଆ ମାଳା ପିନ୍ଧି

ଶେଷ ମୁଣ୍ଡେ ଠାକୁରାଣୀ ଗଛର ନାଲି ସିନ୍ଦୁର ମାଖି

ଅନାଇଁ ରହିଛୁ ତୁ ଆକାଶକୁ ମୂକ ପରି

କେଉଁ କାଳରୁ ଯେ ତାର ଠିକଣା ନାହିଁ ।

କ୍ରିତଦାସୀ ତୋ ସରୁ କଙ୍କାଳୀ ନଈଟି

ପେଟେଇ ପଡି ଓଳଗି ହେଉଛି ହୁକୁମ ମାନି

ଝଙ୍କାଳିଆ ବରଓସ୍ତ କୃଷ୍ଣଚୂଡା ମାନେ

ରଙ୍ଗିନ ଛତ୍ର ଆଲଟ ଟେକି ଧରି ମସ୍ତକେ

ଦେଉଛନ୍ତି ସୁଶୀତଳ ଆନନ୍ଦ ତୋତେ ।

ଅଦୂରେ ଲମ୍ବାଇ ଦେଇଛୁ ତୁ ତୋର

ବିସ୍ତୁତ ଶସ୍ୟଭରା ସବୁଜିମା ପଣତ କାନିକୁ

ପବନେ ବେଳେବେଳେ ଉଡି ଉଡି

ସମୁଦ୍ରର ଢେଉକୁ ଆଣୁଛୁ ବୋହି ବୋହି

ତ କେତେବେଳେ

ସୁନେଲୀ ପାଟ ପିନ୍ଧି ଗୋରା ତକ ତକ୍

ସାଧବ ଝିଅ ତୁ ସାଜି

ବାଡୁଅଁ ଝିଅ ପରି ମନେ ମନେ

ହସୁଛୁ ଯେ ଖାଲି ହସୁଛୁ ।

ତୁ ତ ବହୁରୂପୀ

ତୋତେ ଚିହ୍ନିବା ଭାରି କଷ୍ଟ

କେତେବେଳେ ରାତିରେ ତୁ ଦିଶୁ ମୋତେ

ମୁସଲିମ୍ ମହିଳା ପରି

ତ ପୁଣି ମୋତେ ସାମ୍ନା କରୁ

ଅବା କେଉଁ ରାତିରେ

ବିଧବା ହିନ୍ଦୁ ନାରୀ ବେଶ ଧରି ।

ଭାରି ମନେ ପଡେ ଯେବେ ତୋ କଥା

ଆଖିର ଲୁହେ ଭାସି ବୁଲେ 

ତୋର ଅତୀତର ଚିତ୍ରପଟ ସବୁ

ପାରୁନିଲୋ ଆଉ ଯାଇ

ତୋତେ କଥା ଦେଇ

ଠକ ପ୍ରେମିକଟିଏ ସାଜି

ଆଜି ମୁଁ ଏଠାରେ 

ଖୋଜିବୁଲୁଛି ବିଜୁଳି ଆଲୁଅରେ ବୋଧେ

ଆଉ କାହାକୁ   ।



Rate this content
Log in

Similar oriya poem from Tragedy