ମୋ ଗାଁ
ମୋ ଗାଁ
ଆଜି ବି ଭୁଲିନି
ଭୁଲିବି ହେଉନି
ତାର ସବୁଜିମା ରୂପ ଖଣ୍ଡିକ
ଅତୀତର କଥା ସବୁ
ପଡିଯେ ଯାଉଚି ମନେ ।
ତାର
ଗଳି କନ୍ଦି ସବୁ
ଯେପରି ଯେ ଥିଲା ମୋ ପାଇଁ
ମୋ ସାଥେ ସେ
ନାଚୁଥିଲା,ଗାଉଥିଲା,ଖେଳୁଥିଲା
ଆଉ ବି କାନ୍ଦୁଥିଲା ସାଥି ହୋଇ ।
ତୋ ଦେହରେ ସାଇତିଥିବା ଧୂଳି
ମୋ ପାଇଁ ଯେ ଚନ୍ଦନଠୁ ବଳି
ପୁରା ଶରୀରରେ ବୋଳି
କିଚିରିମିଚିରି ହୋଇ ହସୁଥିଲି
ଯେପରିକି ପାଇଚି ବିଭୂତି ।
ଚାଟଶାଳୀ ପାଠ ଆଉ
ଗୁରୁଜୀଙ୍କ ବେତ
କୁନିକୁନି ସାଙ୍ଗସାଥି
ବସ୍ତାନିରେ ଭରା ବହି ପତ୍ର
ମିଞ୍ଜିମିଞ୍ଜି ଆଲୁଅରେ ପଢୁଥିଲି ପାଠ ।
ଜାମୁ ଗଛ ମାନଙ୍କର ମିଠା ମିଠା କୋଳି
ଆମ୍ବ ତୋଟାର ରସାଳିଆ ଆମ୍ବ
କା
କା ଘର ବାଡିର ମିଠା ବରକୋଳି
ଆଜି ତାର ସ୍ଵାଦ ଯେ ପାଉନି ।
ନଈ ତୁଠ ଆଉ ଜୋରିଆର
କୁଳୁକୁଳୁ ନାଦ
ବାଲି ଗଦାରେ ଯେ ଖୋଳୁଥିଲି ଗାତ
ଜାଲ ଧରି ଫିଙ୍ଗୁଥିଲା ପୁଅ କେଉଁଟର
ଧୋବା ଧୋତି କାଚୁଥିଲା
ଗାଁଆ ଲୋକଙ୍କର ।
ହଳ ମାନେ ଧାଡିଧାଡି
ପ୍ୟାରେଡ୍ ର ସିପାହୀ
ହଳିଆ ଭାଇ ଯେ କମାଣ୍ଡର୍
ବେତଟିଏ ଧରି
ଗାଈ ଗୋଠ ଆଉ ଚରାଳିର
ଅର୍ ତତ ଗୀତ
ପ୍ରତିଦିନ ଶୁଣୁଥିଲି ଲଗାଇ ମୁଁ ଚିତ୍ତ ।
ବାସି ପଖାଳ କଂସା ଆଉ
ଶୁଖା ମାଛ ପୋଡା
ସମସ୍ତଙ୍କ ଘରେ ସକାଳୁ
ନିହାତି ଯେ ଲୋଡା
ଗାଁ କଥା ଗୋଟି ଗୋଟି ମନେ ପଡେ ଆଜି
ମୋ ଗାଁ ର ସେ ବାସ୍ନା ଆଉ ଏବେ ନାହିଁ ।
ତଥାପି ଝୁରୁଛି ମୁହିଁ
ଅଛି ସ୍ମୃତି ହୋଇ ।