STORYMIRROR

Tapan Dixit

Inspirational Abstract Others

2  

Tapan Dixit

Inspirational Abstract Others

ମୋ ଗାଁ ଶୀତ

ମୋ ଗାଁ ଶୀତ

1 min
13K


ଶୀତ ସକାଳର ଜାଡ

କୋଲମରା ହାତ ଗୋଡ..,

ଗାଁ ଦାଣ୍ଡ ଧୁନି ନିଆଁ

କ୍ୱିସୁନ୍ଦର ଲାଗେ ଆହାଃ !

କୁହୁଡ଼ିଆ କୁହୁଡିଆ …..ପାଗଟା ଲାଗେ ବଢିଆ ,

ବାଲି ଦୋକାନ ର

‘ଓମଫେଡ’ କେବିନ

 ଆଉ ଗରମ ଚା'ର ଚସ୍କା

ହରିବାବୁ ଙ୍କର କବିତା ଆସର

ସାଙ୍ଗ ସାଥି ମେଳ ମସ୍କା ,

ସେ ମଜା କି କହି ହୁଏ ?

ମାନେ ପଡିଗଲେ ଛାତି ଭିତରଟା

କେମିତି କେମିତି ହୁଏ ,

ବଟ ଦୋକାନର ପାନ

କଳ୍କୀ ଯୋଗାଶ୍ରମ ଭଜନ ଆସର

ହରିନାମ ସଂକୀର୍ତ୍ତନ ,

ସଂଧ୍ୟାର ବଜାର ମଜା …

ମନଟାକୁ କରେ ତାଜା

ଗରମ ପକୁଡି-ଆଳୁଚପ ଆଉ

ଗରମ ବାଦାମ ଭଜା ..,

କି କହିବା ସେଇ ମଜା ..ଆଃ ...,

ମୋ ଗାଁ ଶୀତ ଦିନ 

କେତେ ଯେ ସୁନ୍ଦର ..କେତେ ମନଲୋଭା 

କିଣି ନେଇଯାଏ ମନ  .. ।।

ତପନ ଦୀକ୍ଷିତ(ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ

ବାଲିଦୋକାନ -କୋଣାର୍କ ପାଖ ଏକ ଛୋଟ ଗାଁ

ହରିବାବୁ (ମୋର ଆଡ଼ଭୋକେଟ ,ଦାର୍ଶନିକ ଓ କବି ବନ୍ଧୁ -ପେଶା ଓକିଲାତି )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational