Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nilakantha Nayak

Drama

3  

Nilakantha Nayak

Drama

ମୋ ଗାଁ ଓ ତୋ ସହର

ମୋ ଗାଁ ଓ ତୋ ସହର

1 min
143


" ମୋ ଗାଁ 

       ଆଉ

        ତୋ ସହର"


ମୋ ଝାଟିମାଟି ହୃଦୟର

ନିପଟ ମଫସଲି ପ୍ରେମ

ତୋ ଚିକିମିକି ସହରରେ

ତେପନ ଗଳିରେ ହଜିଗଲା ।

କହିବ କି ?

ଭୂଲ ତମର ଥିଲା

      ନାଁ

     ଭୂଲ ମୋର ଥିଲା ।

ମୋ ଅଜସ୍ର ସରଳ ଭାବନା ସବୁ

କପଟ ଛକରେ ବାଟବଣା ହୋଇ

ଛଳ ଛଳ ଶ୍ରାବଣର ବର୍ଷାହୋଇ

କୁହୁଡି ସାଙ୍ଗରେ ମାତି ନାଚୁଥିଲା ।


କହିବ କି ?

ଭୂଲ ତମର ଥିଲା 

      ନାଁ 

       ଭୂଲ ମୋର ଥିଲା।


ନୀରହ ସପନର ଗୁଳ୍ମ ସବୁ

ଅହମିକାର ପ୍ରଚଣ୍ଡ ତାପ ସହି

ତମକୁ ହାତ ଠାରି ଡାକି ଡାକି 

ଧିରେ ଧିରେ ମରି ଝାଉଁଳି ଗଲା

କହିବ କି ?

ଭୂଲ ତମର ଥିଲା 

           ନାଁ

          ଭୂଲ ମୋର ଥିଲା ।

ମୁଁ ଚେଇଁ ଉଠି 

        ଦେଖେ ତ ଆଜି

ମୋ କାଗଜ ଡଙ୍ଗାର କାହାଣୀ ସବୁ

ନାଳ ନର୍ଦ୍ଦମାର ପାଣି ରେ ବୁଡି

ଡଷ୍ଟବିନ ସାଥେ ମିଶି କଇଁ କଇଁ ହୋଇ 

        ଵାହୁନି ବାହୁନି କାନ୍ଦୁଥଲା ।

କହିବ କି ?

ଭୂଲ ତମର ଥିଲା

         ନାଁ 

      ଭୂଲ ମୋର ଥିଲା ।


ମୁଁ ଜାଣେ

   ଆଜି ପଚାରିଲେ ତମକୁ

ମୋ ପ୍ରଶ୍ନ ର ଉତ୍ତର

   ତମେ ସେ ଉତ୍ତର ଦେଇପାରିବନି

କାରଣ !

   ଏ ଆଧୁନିକ ଯୁଗରେ

 ମୋ ବିଶ୍ବାସ ଗାଁର ଗପ

ତୋ ସହରର ଆର୍ବଜନା ହୋଇଛି ଯାଇ ।


         


Rate this content
Log in

Similar oriya poem from Drama