STORYMIRROR

Kishore Nayak

Inspirational

3  

Kishore Nayak

Inspirational

"ମୋ ଗାଁ ମୋ ମାଟି"

"ମୋ ଗାଁ ମୋ ମାଟି"

2 mins
265

ମୋ ଗାଁ ମୋ ମାଟି 

ମଧୁର ତା'ର ନାଁ ଟି 

ତାହାରି ବୁକେ ଜଳିବ ଦିନେ 

ମୋର ଚିତା ନିଆଁଟି 

ଟିକି ମୋର ଗାଁ ଟି 

ମଧୁର ତା'ର ନାଁ ଟି l


ତା' ପାଣି ପବନ ଶାକ ତଣ୍ଡୁଳ 

ଗଢିଛି ଜୀବନ ଦେଇଛି ବଳ 

ଦେଖାଇଛି ମୋତେ ଏ ଜୀବନ ପଥେ 

ବଞ୍ଚିବାର ନୂଆ ରାହାଟି 

ଟିକି ମୋର ଗାଁ ଟି 

ମଧୁର ତା'ର ନାଁ ଟି l


ସୁନ୍ଦର ତା'ର ଗହୀର ପାଟ 

ନଦୀ ନାଳ ଆଉ ପୋଖରୀ ତୁଠ 

ବଣ ବୁଦା ପୁଣି ଫସଲ କ୍ଷେତ 

ସବୁଜିମାରେ ଭରାଟି 

ଟିକି ମୋର ଗାଁ ଟି 

ମଧୁର ତା'ର ନାଁ ଟି l


ଝାଟି ମାଟିର ନଡ଼ା ଛପର 

ମୋ ଗାଁ ଚଷା ଭାଇର ଘର 

ଖରା ବରଷା ଶୀତକୁ ତା'ର 

ନଥାଏ ତିଳେ ଭୟଟି 

ଟିକି ମୋର ଗାଁ ଟି 

ମଧୁର ତା'ର ନାଁ ଟି l


ଦେହରୁ ତା'ର ବୁହାଇ ଝାଳ 

ମାଟିକୁ ଚିରି ଫଳାଏ ଫଳ 

କୁନା ପୁଅ ତା'ର ବିଲକୁ ଯାଏ 

ହାତେ ଧରି ଭାତ କଂସାଟି 

ଟିକି ମୋର ଗାଁ ଟି 

ମଧୁର ତା'ର ନାଁ ଟି l


ଫଳାଏ ସୁନା କ୍ଷେତରେ ତା'ର 

ସୁଖ ଦୁଃଖରେ ପାଳେ ସଂସାର 

ସବୁରି ମୁହେଁ ଫୁଟାଏ ହସ 

ମନରେ ନରଖି ଦୁଃଖଟି 

ଟିକି ମୋର ଗାଁ ଟି 

ମଧୁର ତା'ର ନାଁ ଟି l


ଅତୁଳ ତା'ର ଶୋଭା ସମ୍ଭାର 

ଏ ମର୍ତ୍ତ୍ୟଧାମେ ବୈକୁଣ୍ଠ ପୁର

ସ୍ନେହ ମମତା ପ୍ରେମରେ ବନ୍ଧା 

ମଣିଷ ପରାଣ ଯେଉଁଠି 

ଟିକି ମୋର ଗାଁ ଟି 

ମଧୁର ତା'ର ନାଁ ଟି l


ସୁନ୍ଦର ତା'ର ମନ୍ଦିର ବେଢା 

ଅନତି ଦୂରର ପାହାଡ଼ ଚୂଡ଼ା 

ମନେ ଆଣେ କେତେ ଅଭୁଲା ସ୍ମୃତି 

ସୂରୁଜ ଆସିଲେ ଉଇଁଟି 

ଟିକି ମୋର ଗାଁ ଟି 

ମଧୁର ତା'ର ନାଁ ଟି l


କେଡେ ଶୋଭା ଦିଶେ ଗୋଧୂଳି କାଳ 

ଗୋରୁ ପଲଙ୍କର ବାହୁଡା଼ ବେଳ 

ପଶ୍ଚିମ ଆକାଶେ ବୁଡନ୍ତି ରବି 

ସଞ୍ଜ ଆସେ ଧିରେ ନଇଁଟି 

ଟିକି ମୋର ଗାଁ ଟି 

ମଧୁର ତା'ର ନାଁ ଟି l


ମୋ ଗାଁ'ର ଧୂଳି ଧୂସର ପଥେ 

ନବ ବଧୂ ଆସେ କନକ ରଥେ 

ଛାଡି ସାଙ୍ଗ ସାଥୀ ପ୍ରିୟ ପରିଜନ 

କେତେ ଆଶା ମନେ ନେଇଟି 

ଟିକି ମୋର ଗାଁ ଟି 

ମଧୁର ତା'ର ନାଁ ଟି l


ଏଇ ଗାଁ'ର ମାଟିର କୋଳେ 

ପିତା ମାତା ପରିଜନଙ୍କ ମେଳେ 

ଶୁଭ ବେଳା ଶୁଭ ଲଗନ ବେଳେ 

ଜନମି ଥିଲି ମୁଁ ଏଇଠି 

ଟିକି ମୋର ଗାଁ ଟି 

ମଧୁର ତା'ର ନାଁ ଟି l


ଥାଏ ମୁଁ ଦୂରେ ଅବା ନିକଟେ ତା'ର 

ଝୁରଇ ସଦା ଏ ପରାଣ ମୋର 

ତାହାରି ପ୍ରେମେ ବନ୍ଧା ଜୀବନ 

ବନ୍ଧା ମୋର ଏଇ ପ୍ରାଣଟି 

ଟିକି ମୋର ଗାଁ ଟି 

ମଧୁର ତା'ର ନାଁ ଟି ।


Rate this content
Log in

Similar oriya poem from Inspirational