ମୋ ଗାଁ ମହାଦେଇପୁର
ମୋ ଗାଁ ମହାଦେଇପୁର
ମୋଗାଁର ଯୁବମତି ଦେଶେ ବିଦେଶେ ସୁଖ୍ୟାତି
ନିଜ କ୍ଷେତ୍ରେ ଲଭିଚନ୍ତି କରମ ବଳେ
ଗ୍ରାମର ଯଶ ଗୌରବେ ଯୁବଶକ୍ତି ମିଳି ସର୍ବେ
ଆଗଭର ହୁଅ ଗର୍ବେ ଗ୍ରାମ ମଙ୍ଗଳେ।
ଜାଗ ଗ୍ରାମବାସୀ ସକଳ
ପରିବେଶ ସୁରକ୍ଷାରେ ଲାଗ ସହଳ।୨୫।
ଗ୍ରାମର ହେଲେ ଉନ୍ନତି ଦେଶର ବଢିବ ଖ୍ୟାତି
ସୁନାର ଭାରତ ବର୍ଷ ହେବ ନିର୍ମାଣ
ଶିକ୍ଷା ସଂସ୍କୃତି କୃଷିରେ ଜ୍ଞାନ ବିଜ୍ଞାନ ସେଚରେ
ସାମରିକ ମହାକାଶ ବିଦ୍ୟା ନିପୂଣ।
ପରିବେଶ ରଖ ମଙ୍ଗଳ
ବୃକ୍ଷ ଲଗାଇ ଆନନ୍ଦେ କାଟିବା କାଳ।୨୬।
ଶିଶୁଙ୍କ ପ୍ରତି..............
ଆସ ପିଲେ ହୋଇ ମେଳି ମିଳି ମିଶି ହସି ଖେଳି
ସୁନାପିଲା ହୋଇ ଭଲ ପାଠପଢିବା
ଗୁରୁ ଗୁରୁଜନେ ମାନ୍ୟ ଆଦର କରିବା ସାନ
ସତ୍ୟ ଶାନ୍ତି ଦୟା କ୍ଷମା ଗୁଣେ ବଢିବା ।
କହିବା ବିନୟ ବଚନ
ଯେତେ ଭଲ ଗୁଣମାନ ହୋଇ ଭୂଷଣ।୨୭।
ଆସ ମାଆ ଭାଇ ଭଉଣୀ ସମୟ ଡାକଦେଲାଣି
ପରିଷ୍କାର ପରିଚ୍ଛନ୍ନ ରହି ସକଳ
ପରିବେଶର ସୁରକ୍ଷା କରିବ ଜୀବନ ରକ୍ଷା
ଗଛ ଲଗାଇ ଯତନ କର ସହଳ।
ସ୍ନେହ କର ଜୀବ ଜଗତ।
ଧରଣୀ ହସି ଉଠିବ ବସିଲେ ମିତ।୨୮।